ଭୁବନେଶ୍ବର,୧୫/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୦୦ । ବର୍ତ୍ତମାନ ସୁଦ୍ଧା ୬୪,୩୭,୩୬୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୪,୩୮୯ ଚିହ୍ନଟ ହୋଇଛନ୍ତି ୩,୧୯,୪୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୦୦ ଜଣଙ୍କ ମଧ୍ୟରୁ ୧୭୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।