ରାଜ୍ୟରେ ସଂକ୍ରମିତ ସଂଖ୍ଯା ୨,୫୪,୬୬୨, ମୃତ୍ଯୁ ସଂଖ୍ଯା ୧,୦୪୦ ।

0 1,381

ଭୁବନେଶ୍ଵର,ତା-୧୨/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୩,୯୨୪ ମଧ୍ୟରୁ ୩୯,୫୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୩,୨୬୨ ମଧ୍ୟରୁ ୨୧,୨୩୪ ଜଣ ସୁସ୍ଥ ,୮୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ନୂତନ ଆକ୍ରାନ୍ତ ୨,୪୨୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୭,୯୬,୭୬୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୫୪,୬୬୨ ଚିହ୍ନଟ ହୋଇଛନ୍ତି ୨,୨୭,୬୧୫ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୯୫୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୦୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୪୨୩ ଜଣଙ୍କ ମଧ୍ୟରୁ ୧,୪୧୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୦୦୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.