ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୧୦୭୮ ।

0 1,102

ଭୁବନେଶ୍ଵର,ତା-୨୨/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୬୩୬୨ ମଧ୍ୟରୁ ୪୦୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨୨୧୯ ମଧ୍ୟରୁ ୧୨୪୮ ଜଣ ସୁସ୍ଥ ,୧୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୭ ହୋଇଛି । ନୂତନ ଆକ୍ରାନ୍ତ ୧୦୭୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୧୦,୯୨୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୧୯୮୩୫ ଚିହ୍ନଟ ହୋଇଛନ୍ତି ୧୩୩୦୯ ଜଣ ସୁସ୍ଥ ହୋଇଥିବା ବେଳେ ୬୩୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୩୧ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.