ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୦୩ ଛୁଇଁଲା,୩୪୩ ଜଣ ସୁସ୍ଥ ଓ ୭ ଜଣ ମୃତ ।

0 1,490

ଭୁବନେଶ୍ଵର ,(ପିପିଟି)୨୧/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୧୭ରେ ରହିଛି ।ନୂତନ ଆକ୍ରାନ୍ତ ୫୧ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୦୮୪୩୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୧୧୦୩ ଚିହ୍ନଟ ହୋଇଛନ୍ତି । ୩୪୩ ଜଣ ସୁସ୍ଥ ହୋଇଥିବା ବେଳେ ୭୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ୭ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩ଜଣ, ଖୋର୍ଦ୍ଧା ଜିଲ୍ଲାରେ ୩ଜଣ ଓ କଟକ ୧ ବୋଲି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୫୧ ଜଣଙ୍କ ମଧ୍ୟରୁ ୪୮ଜଣ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.