ରାଜ୍ଯ ସମବାୟ ଶାସନ ସଚିବଙ୍କ ମାଲାକନଗିରି ଗସ୍ତ ।

0 272

ମାଲକାନଗିରି,୧୮/୧୧(ପିପିଟି):
ଆଜି ରାଜ୍ୟ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଢା ତିନି ଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନ ନେଇ ସମୀକ୍ଷା କରିଥିବା ବେଳେ ଜିଲ୍ଲାପାଳ ବିଶାଲ ସିଂ, ଖଣ୍ଡୀୟ ବନଅଧିକାରୀ ,ପ୍ରତାପ କୋଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ ମଞ୍ଚାସୀନ ଥିଲେ । ରାଜ୍ୟ ସରକାର ଶ୍ରୀ ଚଢାଙ୍କୁ ମାଲକାନଗିରି ଜିଲ୍ଲା ନିମନ୍ତେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି । ସେ ଏହି ଅବସରରେ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଶେଷ ଗୁରୁତ୍ଵ ଦେଉଛନ୍ତି । କୃଷିର ଉନ୍ନତି ନିମନ୍ତେ ସରକାର କ୍ରପ ଡାଇଭରସିଫିକେସନ ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି । ଯାହା ଫଳରେ ଆଗାମୀ ଦିନରେ ଏହି ଜିଲ୍ଲା ମାଣ୍ଡିଆ ଓ ପୁଷ୍ଟି ଶସ୍ୟ କ୍ଷେତ୍ରରେ ଓଡିଶାରେ ଏକ ହବ ଭାବେ ଉଭା ହୋଇପାରିବ । ସେ ଆହୁରି ମଧ୍ୟ କହିଥିଲେ ଯେ ପାକ୍ସ ଓ ଲାମ୍ପରେ କୋର ବ୍ୟାଙ୍କ ବ୍ୟବସ୍ଥା ସହ ଯୋଡିହେବାରେ ଓଡିଶା ଦେଶରେ ଆଗୁଆ ରହିଛି । ତେଣୁ କ୍ଷେତ୍ର ସ୍ତରରେ ଯେପରି କୌଣସି ଚାଷୀ ଅସୁବିଧାର ଶିକାର ନହୁଅନ୍ତି, ସେଥିପ୍ରତି ଅଧିକାରୀ ମାନେ ତଦାରଖ କରନ୍ତୁ । ପ୍ରତି ପଞ୍ଚାୟତ ଏବଂ ବ୍ଲକରେ ବ୍ୟାଙ୍କ ଲୋନ କ୍ୟାମ୍ପମାନ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ଆଇଇସି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କୁ ସଚେତନତା ସୃଷ୍ଟି କରିବା ନିମନ୍ତେ କୁହାଯାଇଛି । ଊତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ପ୍ରତ୍ୟେକ ପିଏଚସିରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି । ସେ ପ୍ରତି ଗ୍ରାମ ଏବଂ ହଷ୍ଟେଲ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆରଓ ୱାଟରର ବ୍ୟବସ୍ଥା କରିବା ପାଇଁ ମଧ୍ୟ କହିଛନ୍ତି । ମତ୍ସ୍ୟ ସମ୍ପଦର ପ୍ରୋତ୍ସାହନ ନିମନ୍ତେ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ , ପିଏ ଆଇଟିଡିଏ , ତ୍ରିନାଥ ମାଝୀଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.