ଭଞ୍ଜନଗର,୨୧/୦୫(ପିପିଟି); ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ବଳିଦାନ ଦିବସ।ଏହି ଅବସରରେ ଭଞ୍ଜନଗର କଂଗ୍ରେସ ଦଳ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନରେ ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ସହଯୋଗରେ କୋଭିଡ଼ ଲକ ଡାଉନ ସମୟରେ ଗରିବ ଓ ଅସହାୟ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏଥିସହ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।ଏଥିରେ ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଭଞ୍ଜନଗର ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ,ଏନ୍ଏସି ସଭାପତି ସୁକାନ୍ତ କୁମାର ଦିଗାଲ, ଜବାହରଲାଲ ସାହୁ, ବସନ୍ତ କୁମାର ଗୌଡ଼, ଦୁର୍ଗା ପ୍ରସାଦ ତ୍ରିପାଠୀ, ମଣ୍ଟୁ ପ୍ରଧାନ, ବାଲ୍ୟ ବେହେରା, ଲୋକନାଥ ସେଠି, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )