ରାଜସ୍ୱ ରଥ ମାଧ୍ୟମରେ ୪୫ ଜଣଙ୍କୁ ପଟ୍ଟା ବଣ୍ଟନ କଲେ ତହସିଲଦାର ।

0 360

ଶେରଗଡ,୨୨/୦୯(ପିପିଟି): କରୋନା ମହା ମାରମାରୀ ସମୟରେ ରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଓ ସୁପର ଭାଇଜର ମନୋଜ ନାୟକଙ୍କ ଉପସ୍ଥିତରେ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ଗ୍ରାମ ପଞ୍ଚାୟତରେ ରାଜସ୍ବ ରଥ ପହଞ୍ଚି ୪୫ ଜଣଙ୍କୁ ପଟ୍ଟା ବଣ୍ଟନ କଲେ ତହସିଲଦାର। ଶେରଗଡ଼ ତହସିଲର ପ୍ରତି ପଞ୍ଚାୟତ ଓ ଗାଁ କୁ ବୁଲିବ ରଥ । ଏବଂ ଲୋକଙ୍କ ଘରକୁ ଯାଇ ବିଭିନ୍ନ ରାଜସ୍ବ ସେବା ପ୍ରଦାନ କରାଯିବ । କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ ,ଦରଖାସ୍ତ ଗ୍ରହଣ କରାଯିବା ବୋଲି ତହସିଲଦାର ଶ୍ରୀ ପରିଡ଼ା କହିଛନ୍ତି ପଟା ବଣ୍ଟ କାର୍ଯ୍ୟ କ୍ରମ ରେ ରାଜସ୍ବ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ – ଭିକୁ ନାୟକ। )

Leave A Reply

Your email address will not be published.