ରାଜସ୍ଵ ନିରୀକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।

0 196

ବେଲଗୁଣ୍ଠI,୦୧/୦୭(ପିପିଟି), ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗୋବରା ରାଜସ୍ଵ ସର୍କଲର ୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ନିରୀକ୍ଷକ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ବିଜୟ ମହାରଣା ଗତ କାଲି କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏ ନେଇ ବେଲଗୁଣ୍ଠI ତହସିଲ କାର୍ଯ୍ୟାଳୟରେ ତହସିଲଦାର ସରୋଜ କୁମାର ବେହେରାଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦାୟୀ ଆର ଆଇ ଶ୍ରୀ ମହାରଣା ଗୋବରାରେ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ଅଞ୍ଚଳରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ । କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରି ଦୁଇଟି ପଞ୍ଚାୟତର ୧୦ ଟି ସଙ୍ଗରୋଧ କେନ୍ଦ୍ର ପାଇଁ ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ଵ ନେଇ ସୁଚାରୁରୂପେ କାର୍ଯ୍ୟ କରିଥିବାରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇଥିଲେ I ବିଦାୟ ବେଳେ ଶ୍ରୀ ମହାରଣାଙ୍କୁ ଉପଢୌକନ ,ଭଗବତ୍ ଗୀତା, ମାସ୍କ , ସାନିଟାଇଜର ଓ କିଛି ଉପହାର ଦିଆ ଯାଇଥିଲା । ତାଙ୍କ ବିଦାୟ ପରେ ସୁପରଭାଇଜର ଦାୟିତ୍ଵ ତୁଲାଉଥିବା ଗୌରୀ ଶଙ୍କର ସ୍ଵାଇଁଙ୍କୁ ଗୋବରା ସର୍କଲର ରାଜସ୍ଵ ନିରୀକ୍ଷକ ଭାବେ ତହସିଲଦାର ଶ୍ରୀ ବେହେରା ଦାୟିତ୍ଵ ଦେଇଛନ୍ତି I ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ତହସିଲଦାର ତଥା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଧରଣି ଧର ବେହେରା,  ଆରଆଇ କେ ଭେଙ୍କଟ ରାଓ,  ଗୀତାଞ୍ଜଳୀ ମଲ୍ଲିକ, ସନ୍ତୋଷ କୁମାର ବେହେରା, କାହ୍ନୁ ଚରଣ ସାହୁ, ନୀଳାଞ୍ଚଳ ଗୌଡ଼,  ଏ ଆର ଆଇ ଆରତୀ ବେହେରା ଓ ଶିବ ରାମ ସାହୁ, ଅମୀନ ଇପ୍ସୀତା ବେହେରା, ଶିବରାମ ପାତ୍ର ଓ କୈଳାସ ସେଠୀଙ୍କ ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ କିରାଣି ଓ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.