ରାଜଶ୍ରୀ ବାଳସୀ ସମାଜ ତରଫରୁ ମାସ୍କ ଓ ସେନିଟାଇଜର ବଣ୍ଟନ ।

0 149

ପୋଲସରା, ୧୮/୧୦ (ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ରେ ରାଜଶ୍ରୀ ବାଳସୀ ସାମାଜ ପକ୍ଷରୁ ରବିବାର ମାସ୍କ ଓ ସେନିଟାଇଜର ବଣ୍ଟନ ହୋଇଥବା ବେଳେ ନୂତନ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜର ରାଜଗୁରୁ ହିମାଂଶୁ ଶେଖର ରଥ ଏହି କାର୍ଯ୍ୟକ୍ରମ ଦେଇ ଆହୁତି ଯଜ୍ଞକର୍ମ ସମାପନ ଅନ୍ତେ ମହମାନ୍ୟ ନାୟକ ଭଜରାମ ସାହୁଙ୍କ ଇଚ୍ଛା ଓ ସମାଜର ସାମ୍ମୁହିକ ସହମତି କ୍ରମେ କୁଳଇଷ୍ଟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷୀରଖି ମନ୍ତ୍ରଧ୍ଵନି ମଧ୍ୟରେ ଭଜରାମ ସାହୁ ନିଜର ଉତ୍ତରାଧିକାରୀ ରୂପେ ବିକ୍ରମ ସାହୁଙ୍କୁ କୁଳ ପରମ୍ପରା ଏବଂ ନୀତିନିୟମ ପ୍ରକାରେ ଶିରସ୍ଥ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମହମାନ୍ୟ କଲମ୍ବ ଗାଦି ନାୟକ ପ୍ରଫୁଲ କୁମାର ସାହୁ,ଉପସଭାପତି ଦୀନବନ୍ଧୁ ସାହୁ,ଯୁଗ୍ମ ସମ୍ପାଦକ ସୁମନ କୁମାର ସାହୁ , ବିପିନ ବିହାରୀ ପ୍ରଧାନ, ପାତ୍ର ସଞ୍ଜୟ କୁମାର ସାହୁ,କେନ୍ଦ୍ର ସଭାପତି ମଙ୍ଗୁଳୁ ଧର ସାହୁ ,ସମ୍ପାଦକ ଚନ୍ଦ୍ରଶେଖର ସାହୁ ,ସହ ସମ୍ପାଦକ ଭଗବାନ ପ୍ରଧାନ ଓ ପ୍ରଭାକର ସାହୁ, କୋଷାଧ୍ୟକ୍ଷ ମହେଶ୍ୱର ପ୍ରଧାନ ଦସଦେଶ ସଭାପତି ମାନଙ୍କ ସମେତ ପଞ୍ଚାବନ ଗ୍ରାମ ପରିଷଦ ଓ ପାଞ୍ଚ ଗୋଟି ମଣ୍ଡଳ ପରିଷଦ ଯୋଗ ଦେଇ ଥିଲେ । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.