ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ।

0 32

ପୋଲସରା,୨୬/୦୯(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀ ଗ୍ରାମ ସ୍ଥିତ ରାଜଶ୍ରୀ ବଳାସୀ ସମାଜ ବରିଡା-ଏ ସଭା ଗୃହଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଟିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ମଙ୍ଗୁଲୁ ସାହୁଙ୍କ ସଭାପତିତ୍ୱରେ ଏବଂ ସମ୍ପାଦକ ଚନ୍ଦ୍ର ଶେଖର ସାହୁଙ୍କ ସମ୍ପାଦନାରେ ଅନୁଷ୍ଠିତ ବୈଠକରେ କୋଭିଡ଼-୧୯ ଉପରେ ସଚେତନତା କରାଯିବା ସହ ନାରୀର ବିକାଶ ଏବଂ ସଶକ୍ତିକରଣ ଉପରେ ଆଲୋଚନା ଏବଂ ସମାଜର ୮ ଗୋଟି ପାରିବାରିକ ବିଭିନ୍ନ ସମସ୍ୟା ଉପରେ ବିଚାର ବିମର୍ଷ କରାଯାଇ ସମାଧାନ କରାଯାଇଥିଲା । ଆଲୋଚନାରେ ଗତ ବୈଠକର ବିବରଣି ପଠନ ଓ ଅନୁମୋଦନ,ସମାଜର ଆୟ ବ୍ୟୟ ହିସାବ ପ୍ରଦାନ,ସମାଜ ସଙ୍ଗଠନ ସମ୍ପର୍କେ ଆଲୋଚନା, ଅଭିଯୋଗର ବିଚାର,ସଭାପତିଙ୍କ ଅନୁମତି କ୍ରମେ ଅନ୍ୟାନ୍ୟ ସମ୍ପର୍କରେ ବିଭିନ୍ନ ସମସ୍ୟାର ଆଲୋଚନା ହୋଇଥିଲା । ଏଥିରେ କେନ୍ଦ୍ରୀୟ ଉପସଭାପତି ଦୀନବନ୍ଧୁ ସାହୁ,ଯୁଗ୍ମ ସମ୍ପାଦକ ସୁମନ କୁମାର ସାହୁ,ସହ ସମ୍ପାଦକ ପ୍ରଭାକର ସାହୁ ଓ ଭଗବାନ ପ୍ରଧାନଙ୍କ ସମେତ ଆଇନଜୀବୀ ତଥା କେନ୍ଦ୍ରୀୟ ସଭ୍ୟ ପ୍ରଦୀପ କୁମାର ସାହୁ ,ସୁରେନ୍ଦ୍ର ନାଥ ପ୍ରଧାନ, ସତ୍ୟବାଦୀ ସାହୁ ପ୍ରମୁଖଙ୍କ ସମେତ ୧୧ ଜଣ କେନ୍ଦ୍ରୀୟ ସଭ୍ୟବୃନ୍ଦ ଯୋଗଦେଇ ସହଯୋଗ ପ୍ରଦାନ କରିଥିଲେ । କାର୍ଯକ୍ରମ ଶୁଭାରମ୍ଭରେ ସଭାପତିଙ୍କ ଦ୍ୱାରା ସମାଜ କୂଳ ଇଷ୍ଟ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଶୁଭ ଉଦ୍ଦଘାଟନ କରିବା ସହ ସମାଜ ତରଫରୁ ସମସ୍ତଙ୍କ ମଙ୍ଗଳ କାମନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସଭ୍ୟ ତଥା ଆଇନଜୀବୀ ପ୍ରଦୀପ କୁମାର ସାହୁଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଥିଲା । (ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.