ବୋଲଗଡ,୨୨/୦୨(ପିପିଟି):କନ୍ଧମାଳ ଜିଲ୍ଲାର ୧୮ ମାସର ଅସୁସ୍ଥ ଶିଶୁ ରାଜବୀର ଚିକିତ୍ସା ଖର୍ଚ୍ଚ ୧୮ କୋଟି ଟଙ୍କା ଶୁଣିବା ପରେ ତାର ଆତ୍ମୀୟ ହତାସ ହୋଇପଡିଛନ୍ତି । ଏଥିପାଇଁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଉତ୍ତର ପାଇନାହାନ୍ତି ଶିଶୁଟିର ଜୀବନ ବଞ୍ଚାଇବାକୁ ସ୍ବଳ୍ପ ସମୟ ଅବଧି ମଧ୍ୟରେ ଏତେ ଅଧିକ ଟଙ୍କା ଯୋଗାଡ କରିବାରେ ଅସମର୍ଥ ତାର ପରିବାର ଲୋକ ମାନେ ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଉପାୟ ରେ ସହୃଦୟ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଲୋଡିଛନ୍ତି ଏହି କ୍ରମରେ ମାନବିକତା ଦୃଷ୍ଟିକୋଣରୁ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଅର୍ଥର ଯତ୍ କିଞ୍ଚିତ ସାହାଯ୍ୟ କରିବା ପାଇଁ ଏକଜୁଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅଞ୍ଚଳର ସଂପୁର ଗ୍ରାମର ଯୁବଗୋଷ୍ଠୀ ଏହି ଗ୍ରାମର ରକଷ୍ଟାର ଗ୍ରୋଭି ବୟେଜ୍ ଅନଷ୍ଠାନର ସଦସ୍ୟ ମାନଙ୍କ ଆବେଦନ କ୍ରମେ ଗ୍ରାମର ଯୁବକ ଗଣେଶ ମଙ୍ଗରାଜ, ସୂର୍ଯ୍ୟକାନ୍ତ ବେହେରା,ବିଶ୍ବନାଥ ଓଝା, ଦୀପକ କୁମାର, ବାଦଲ ସ୍ବାଇଁ,ସାମ୍ବାଦିକ ନିରଞ୍ଜନ ନାୟକ ପ୍ରମୁଖ ଗ୍ରାମରେ ଥିବା ୧୫ ଟି ସାହିର ଘରକୁ ଘର ଯାଇ ଅର୍ଥ ଯୋଗାଡରେ ଲାଗିପଡିଛନ୍ତି ଗ୍ରାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଏବଂ ସହୃଦୟ ବ୍ୟକ୍ତିମାନେ ମଧ୍ୟ ଏଥିନେଇ ଯଥାସମ୍ଭବ ଅର୍ଥ ସହାୟତା ପ୍ରଦାନ କରୁଥିବାର ଦେଖିବାକୁ ମିଳୁଛି ଆଦାୟ ଅର୍ଥକୁ ରାଜବୀରଙ୍କ ପରିବାର ପ୍ରଦତ୍ତ ଆକାଉଣ୍ଟ ନମ୍ବର ରେ ପଠାଇବା ସହ ତାର ଆରୋଗ୍ୟ କାମନା କରି ଗ୍ରାମର ବାଲୁଙ୍କେଶ୍ବର ଠାକୁରଙ୍କ ନିକଟରେ ପୁଜାର୍ଚ୍ଚନା କରିଛନ୍ତି ରାଜ୍ୟ ସରକାର ମଧ୍ୟ ନିସ୍ପାପ ଶିଶୁଟିର ଚିକତ୍ସା ଦାୟିତ୍ବ ବହନ କରିବାକୁ ଦାବୀ କରିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)