ରାକମା ଗ୍ରାମ ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ଓ ଶିଶୁ ପ୍ରିୟ ପଞ୍ଚାୟତ କରିବା ନେଇ କର୍ମଶାଳା ।

0 261

ଭାପୁର,୦୯/୦୭(ପିପିଟି):ଆକ୍ସନ ଏଡ଼ ଇଣ୍ଡିଆ ତରଫରୁ ଭାପୁର ବ୍ଲକର ରାକମା ଗ୍ରାମ ପଞ୍ଚାୟତକୁ ଏକ ଶିଶୁ ପ୍ରିୟ ଓ ବାଲ୍ୟବିବାହ ମୁକ୍ତ ପଞ୍ଚାୟତ ଭାବେ ଗଠନ କରିବାକୁ ଭାପୁର ବ୍ଲକ କନଫେରେନ୍ସ ହଲରେ ରାକମା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋସିନୀ ବେହେରାଙ୍କ ସଭାପତିତ୍ୱରେ ପଞ୍ଚାୟତ ଶିଶୁ ସୁରକ୍ଷା କମିଟିର (ଜି ପି ସି ପି ସି )ର ସଦସ୍ୟ,ନବ ନିର୍ବାଚିତ ପ୍ରତିନିଧି ,ଅଙ୍ଗନୱାଡି କର୍ମୀ ,ମହିଳା ମାଆ ଓ କିଶୋର କିଶୋରୀଙ୍କର ଏକ କର୍ମଶାଳା ବ୍ଲକ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇ ଯାଇଛି।ପଞ୍ଚାୟତରେ କୌଣସି ଶିଶୁ ଓ ପରିବାର ଅସୁରକ୍ଷିତ ରହିବେ ନାହିଁ।ସମସ୍ତ ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ଅଧିକାର ପାଇଁ ସରକାରୀ ସାହାଯ୍ୟର କରିବା ସହ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରି ଏକ ଶିଶୁ ପ୍ରିୟ ଓ ବାଲ୍ୟବିବାହ ମୁକ୍ତ ପଞ୍ଚାୟତ ଗଠନ ପାଇଁ ନିର୍ବାଚିତ ପ୍ରତିନିଧି ,ମହିଳା ମାଆ, ଅଙ୍ଗନୱାଡି କର୍ମୀ ଓ କିଶୋର କିଶୋରୀ ମାନେ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀ ଓ ଅଧିକାରିଣୀ ମାନେ ପରାମର୍ଶ ଦେଇଥିଲେ।
ଏହି କର୍ମଶାଳାରେ ଭାପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଜନ୍ମେଜୟ ସାହୁ,ଆକ୍ସନ ଏଡ଼ ର ରାଜ୍ୟ ପୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା,ଜିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲା, ଜିଲ୍ଲା ଶିଶୁ ଅଧିକାରୀ ସତ୍ୟନାରାୟଣ ଦାସ,ସି ଡି ପି ଓ ରେଣୁବାଳା ନନ୍ଦ,ସମିତି ସଭ୍ୟ ବାଳକୃଷ୍ଣ ଷଡ଼ଙ୍ଗୀ,ଆବାହିକା ଜ୍ୟୋତିର୍ମୟୀ ସାହୁ ,ବ୍ଲକ କୋଡ଼ିନେଟର ସୁରେଶ ସ୍ବାଇଁ, ସନ୍ତୋସିନି ପାଣି,ଓ ପଞ୍ଚାୟତ ଭଲ୍ୟୁଣ୍ଟିଅର ଆଶାନ୍ତି ପରିଡା ପ୍ରମ୍ମୁଖ ଆଲୋଚନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.