ରଣପୁରରେ ଭାରତ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ।

0 255

ରଣପୁର, ୨୭/୦୯(ପିପିଟି):ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆଜି ଅନୁଷ୍ଠିତ ଭାରତ ବନ୍ଦ ପରିପ୍ରେକ୍ଷୀରେ ସିପିଆଇଏମ ଓ ଜାତୀୟ କଂଗ୍ରେସ ସମର୍ଥନରେ ,ଏବଂ କୃଷକ ,ଶ୍ରମିକ ସଂଗଠନଙ୍କ ତରଫରୁ ମିଳିତ ଭାବେ ରଣପୁରରେ ବିଭିନ୍ନ ଅଫିସି ସମୂଖରେ ପିକେଟିଂ ହୋଇଥିଲା ବେଳେ ଚାନ୍ଦପୁର ରାସ୍ତାକୁ ଅବରୋଧ କରାଯାଇ ଥିଲା।ରାଜସୁନାଖଳା ଠାରେ ସିଆଇଟିୟୁ ଓ କୃଷକ ସଭା ତରଫରୁ ସକାଳ ୭ଟାରୁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରେଳ ରୋକ ମଧ୍ୟ କରା ଯାଇଥିଲା।
କେନ୍ଦ୍ରମୋଦୀ ସରକାରଙ୍କ କୃଷକ ଓ ଶ୍ରମିକ ମାରଣା ନୀତି ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆଜି ୨୭ ସେପ୍ଟେମ୍ବର ଭାରତ ବନ୍ଦ ପରିପ୍ରେକ୍ଷୀରେ ସିଆଇଟିୟୁ ଓ କୃଷକ ସଭା ତରଫରୁ ସୁନାଖଳା ଷ୍ଟେସନ ଠାରେ ସକାଳ ୭ଟା ରୁ ରେଳ ରୋକ କରାଯାଇଥିଲା।ଶ୍ରମିକ ନେତା ସୁରେଶ ସ୍ବାଇଁ , ସବ୍ୟସାଚୀ ସେନାପତି,ଶ୍ୟାମସୁନ୍ଦର ସାମନ୍ତରାୟ, ପ୍ରଶାନ୍ତ ସାମନ୍ତରାୟ, ଶାନ୍ତିଲତା ରଗଡ଼, ବିଜୁଳି ମହାନ୍ତି,ଅନାମ ଦାସ ,ଓ ସୁମା ନାୟକ ନେତୃତ୍ୱ ନେଇଥିଲା ବେଳେ ୫୦ରୁ ଉର୍ଦ୍ଧ୍ଵ ସତ୍ୟାଗ୍ରହୀ ଯୋଗ ଦେଇଥିଲେ। ରାଜ ସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଓ ରେଲୱେ ପୋଲିସି ଅଧିକାରୀଙ୍କ ଅନୁରୋଧ କ୍ରମେ ଧର୍ମଘଟ କାରୀ ମାନେ ଓହରିଥିଲେ।
ରଣପୁରରେ ବନ୍ଦକୁ କଂଗ୍ରେସ ଓ ସିପିଆଇଏମ ତରଫରୁ ସମର୍ଥନ କରି ଉଭୟ ଦଳ ତରଫରୁ ସାମିଲ ଥିଲାବେଳେ ବିଭିନ୍ନ କୃଷକ ,ଶ୍ରମିକ,ଓ ମହିଳା ସଂଗଠନ ଏଥିରେ ସାମିଲି ହେବା ସହ ପ୍ରତ୍ୟେକ ସରକାରୀ ଅଫିସି ସମ୍ମୁଖରେ ପିକେଟିଂ କରିବାସହ ଚାନ୍ଦପୁର ସୁନାଖଳା ରାସ୍ତାକୁ ପଞ୍ଚୁଦୋଳ ପଡିଆ ଠାରେ ଧର୍ମଘଟ କାରୀମାନେ ଅବରୋଧ କରି ବସି ରହିଥିଲେ। ଶ୍ରମିକ ନେତା ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାରଙ୍କ ତିନି କଳା କୃଷି ଆଇନ,ଚାରି ଶ୍ରମିକ କୋର୍ଡ ,ଜନ ବିରୋଧୀ ବିଦ୍ଯୁତ ବିଲ ୨୦୨୦ ଓ ଦରଦାମ ବୃଦ୍ଧିକୁ ତୀବ୍ର ସମାଲୋଚନା କରିଥିଲା ବେଳେ ନବୀନ ସରକାରକୁ ଦାୟୀ କରିଥିଲେ। ଏହା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ପ୍ରତ୍ୟାହାର ନ କଲେ ଆନ୍ଦୋଳନ ତୀବ୍ରତର ହେବ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.