ବୋଲଗଡ଼,୧୪/୦୬(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ମା ମହିଷାଶୁଣୀଙ୍କ ପ୍ରାଙ୍ଗଣରେ ତାଳତୁମ୍ବ ଯୁବକ ମହାସଂଘ ତରଫରୁ ରଜ ଉତ୍ସବ ର ଶୁଭ ଉଦ୍ଘାଟନ ହୋଇଛି। ଏହି ଅବସରରେ ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ ବାରିକ, ନାରୀନେତ୍ରୀ ଗୀତାନଂଜଳି ମହାନ୍ତି, ,ବୋଲଗଡ଼ ବ୍ଲକର ଭାଇସ ଚେୟାରମ୍ୟାନ ରମେଶ ଚନ୍ଦ୍ର ସାହୁ, ସମାଜସେବୀ ଅକ୍ଷୟ ରାଉତରାୟ, ଏସଏଚଜି ଗୀତାଞ୍ଜଳି ମାହାନ୍ତି ଓ ସ୍ତାନୀୟ ନେତୃତ୍ୱ ବୃନ୍ଦ ଉପସ୍ଥିତି ଦେଖିବାକୁ ମିଳିଥିଲା। ମଙ୍ଗଳ ବାର ଦିନଶୁଭାରମ୍ଭ ହୋଇଥିଲା ବେଳେ ସେହି ଦିନ ଦିନ ତିନିଟା ବେଳେ ଏହି କାର୍ଯ୍ୟକ୍ରମ ସମାପନ ହୋଇ ଥିଲା। ଏହି ଉତ୍ସବରେ ଲୋକ ମାନଙ୍କର ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ହଜି ଯାଇଥିବା ଓଡ଼ିଆ ସଂସ୍କୃତି ଜନମାନସରେ ଯାଗ୍ରତକରିବା ଉଦ୍ଦେଶ୍ୟରେ ହୁଳହୁଳି, ରଜସଜ, ପୁଚିଖେଳ, ପୋଡପିଠା, ବେଲୁନ ଫୁଙ୍କା, ବାଟିତାମଚ, ମ୍ୟୁଜିକ ଚେୟାର,ଲକ୍ଷଭେଦ, ଝୋଟିଚିତା, ଗୀତ ଓ ନୃତ୍ୟ ପ୍ରତିଯୋଗୀତା, କୁଇଜ କାର୍ଯ୍ୟକ୍ରମ କରାଯାଇ ପୁରଷ୍କାର ଦିଆଯିବାର ବ୍ୟବସ୍ଥା କରା ଯାଇଥିଲା। ଯାହାକି ଲୋକମାନଙ୍କ ମନକୁ ଆକର୍ଷଣୀୟ କଲାଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ ସହିତ ଆମ ପିପିଟିନ୍ୟୁଜ୍ ପ୍ରତିନିଧିଙ୍କୁ ଉତରିୟଦେଇ ସମ୍ବର୍ଦ୍ଧିତ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)