ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୫୮୩ ଜଣ କରୋନା ପଜିଟିଭ ଚିହ୍ନଟ।

0 796

ଭୁବନେଶ୍ବର,୧୨/୦୮ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟ ରେ ୫୮୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୩୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୨୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ୫୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।ଅନୁଗୁଳ ଜିଲ୍ଲା ରୁ ୦୧ ଜଣ, ବାଲେଶ୍ବର ଜିଲ୍ଲାରୁ ୧୦ ଜଣ,ବରଗଡ଼ ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାର ୦୨ ଜଣ,ବଲାଙ୍ଗୀର ଜିଲ୍ଲାରେ ୩୬ ଜଣ ବୌଦ୍ଧ ଜିଲ୍ଲାରେ ୦୫ ଜଣ, କଟକ ଜିଲ୍ଲାରୁ ୧୪ ଜଣ,ଦେବଗଡ ଜିଲ୍ଲାରୁ ୦୬ ଜଣ, ଗଜପତି ଜିଲ୍ଲାରୁ ୦୬ ଜଣ, ଗଞ୍ଜାମ ଜିଲ୍ଲାରୁ ୦୧ ,ଜଗତସିଂହପୁର ଜିଲ୍ଲାରେ ୦୩ ଜଣ, ଯାଜପୁର ଜିଲ୍ଲାରେ ୦୭ ଜଣ, ଝାରସୁଗୁଡା ଜିଲ୍ଲା ରୁ ୦୭ ଜଣ,କଳାହାଣ୍ଡି ଜିଲ୍ଲାର ୩୯ ଜଣ,କନ୍ଧମାଳ ଜିଲ୍ଲାରେ ୧୪ ଜଣ,କେନ୍ଦ୍ରାପଡା ଜିଲ୍ଲାରେ ୦୧ ଜଣ,କେନ୍ଦୁଝର ଜିଲ୍ଲାରୁ ୧୧ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୭ ଜଣ,କୋରାପୁଟ ଜିଲ୍ଲାରେ ୦୨ ଜଣ,ମୟୂରଭଞ୍ଜ ଜିଲ୍ଲାରେ ୪୦ ଜଣ, ନବରଙ୍ଗପୁର ଜିଲ୍ଲାରେ ୨୩ ଜଣ, ନୟାଗଡ ଜିଲ୍ଲାରେ ୧୭ ଜଣ,ନୂଆପଡା ଜିଲ୍ଲାରେ ୩୮ ଜଣ, ପୁରୀ ଜିଲ୍ଲା ରୁ ୦୧ ଜଣ,ରାୟଗଡା ଜିଲ୍ଲାରେ ୦୯ ଜଣ,ସମ୍ବଲପୁର ଜିଲ୍ଲାରୁ ୨୨ ଜଣ,ସୋନପୁର ଜିଲ୍ଲାରେ ୧୭ ଜଣ,ସୁନ୍ଦରଗଡ ଜିଲ୍ଲାରେ ୧୩୭ ଜଣ ,ଷ୍ଟେଟ ପୁଲ୍ ରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୩,୨୧,୭୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୦୮,୧୬୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୪୦୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.