ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ।

0 652

ଭୁବନେଶ୍ବର,୨୧/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।ଅନୁଗୁଳ ଜିଲ୍ଲା ରୁ ୦୪ ଜଣ, ବାଲେଶ୍ବର ଜିଲ୍ଲାରୁ ୧୯ ଜଣ,ବରଗଡ଼ ଜିଲ୍ଲାରୁ ୧୨ ଜଣ, ଭଦ୍ରକ ଜିଲ୍ଲାର ୧୨ ଜଣ,ବଲାଙ୍ଗୀର ଜିଲ୍ଲାରେ ୧୫ ଜଣ ବୌଦ୍ଧ ଜିଲ୍ଲାରେ ୧୬ ଜଣ, କଟକ ଜିଲ୍ଲାରୁ ୧୦୯ ଜଣ,ଦେବଗଡ ଜିଲ୍ଲାରୁ ୦୩ ଜଣ,ଢେଙ୍କାନାଳ ଜିଲ୍ଲାରେ ୦୩ ଜଣ, ଗଜପତି ଜିଲ୍ଲାରୁ ୦୬ ଜଣ, ଗଞ୍ଜାମ ଜିଲ୍ଲାରୁ ୦୨ ଜଣ,ଜଗତସିଂହପୁର ଜିଲ୍ଲାରେ ୧୫ ଜଣ, ଯାଜପୁର ଜିଲ୍ଲାରେ ୨୮ ଜଣ, ଝାରସୁଗୁଡା ଜିଲ୍ଲା ରୁ ୩୩ ଜଣ,କଳାହାଣ୍ଡି ଜିଲ୍ଲାର ୦୬ ଜଣ,କନ୍ଧମାଳ ଜିଲ୍ଲାରେ ୦୫ ଜଣ,କେନ୍ଦ୍ରାପଡା ଜିଲ୍ଲାରେ ୧୧ ଜଣ,କେନ୍ଦୁଝର ଜିଲ୍ଲାରେ ୧୪ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୩୧୨ ଜଣ,କୋରାପୁଟ ଜିଲ୍ଲାରେ ୦୯ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୧୦୨ ଜଣ,ନବରଙ୍ଗପୁର ଜିଲ୍ଲାରେ ୧୨ ଜଣ, ନୟାଗଡ ଜିଲ୍ଲାରେ ୩୬ ଜଣ,ପୁରୀ ଜିଲ୍ଲା ରୁ ୨୭ ଜଣ,ରାୟଗଡା ଜିଲ୍ଲାରେ ୧୯ ଜଣ,ସମ୍ବଲପୁର ଜିଲ୍ଲାରୁ ୭୦ ଜଣ,ସୋନପୁର ଜିଲ୍ଲାରେ ୫୨ ଜଣ,ସୁନ୍ଦରଗଡ ଜିଲ୍ଲାରେ ୧୭୪ ଜଣ ,ଷ୍ଟେଟ ପୁଲ୍ ରୁ ୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୩,୦୩,୧୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୬,୯୧୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦୯୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.