ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ।

0 632

ଭୁବନେଶ୍ବର,୧୮/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୫୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୦ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ୯୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।ଅନୁଗୁଳ ଜିଲ୍ଲା ରୁ ୦୨ ଜଣ, ବାଲେଶ୍ବର ଜିଲ୍ଲାରୁ ୦୫ ଜଣ,ବରଗଡ଼ ଜିଲ୍ଲାରୁ ୦୯ ଜଣ, ଭଦ୍ରକ ଜିଲ୍ଲାର ୦୬ ଜଣ,ବଲାଙ୍ଗୀର ଜିଲ୍ଲାରେ ୧୨ ଜଣ ବୌଦ୍ଧ ଜିଲ୍ଲାରେ ୧୨ ଜଣ, କଟକ ଜିଲ୍ଲାରୁ ୭୫ ଜଣ,ଦେବଗଡ ଜିଲ୍ଲାରୁ ୦୩ ଜଣ,ଢେଙ୍କାନାଳ ଜିଲ୍ଲାରେ ୦୨ଜଣ, ଗଜପତି ଜିଲ୍ଲାରୁ ୦୯ ଜଣ, ଗଞ୍ଜାମ ଜିଲ୍ଲାରୁ ୦୪ ଜଣ,ଜଗତସିଂହପୁର ଜିଲ୍ଲାରେ ୧୪ ଜଣ, ଯାଜପୁର ଜିଲ୍ଲାରେ ୧୩ ଜଣ,ଯାଜପୁର ଜିଲ୍ଲାରେ ୧୩ଜଣ, ଝାରସୁଗୁଡା ଜିଲ୍ଲା ରୁ ୦୫ ଜଣ,କଳାହାଣ୍ଡି ଜିଲ୍ଲାର ୧୮ ଜଣ,କନ୍ଧମାଳ ଜିଲ୍ଲାରେ ୦୪ ଜଣ,କେନ୍ଦ୍ରାପଡା ଜିଲ୍ଲାରେ ୦୨ ଜଣ,ଖୋର୍ଦ୍ଧା ଜିଲ୍ଲାରେ ୩୭୧ ଜଣ,କୋରାପୁଟ ଜିଲ୍ଲାରେ ୦୬ ଜଣ, ମୟୂରଭଞ୍ଜ ଜିଲ୍ଲାରେ ୩୨ ଜଣ,ନବରଙ୍ଗପୁର ଜିଲ୍ଲାରେ ୦୩ ଜଣ, ନୟାଗଡ ଜିଲ୍ଲାରେ ୨୭ ଜଣ,ନୂଆପଡା ଜିଲ୍ଲାରେ ୦୭ ଜଣ,ପୁରୀ ଜିଲ୍ଲା ରୁ ୨୦ ଜଣ,ରାୟଗଡା ଜିଲ୍ଲାରେ ୧୫ ଜଣ,ସମ୍ବଲପୁର ଜିଲ୍ଲାରୁ ୫୩ ଜଣ,ସୋନପୁର ଜିଲ୍ଲାରେ ୩୭ ଜଣ,ସୁନ୍ଦରଗଡ ଜିଲ୍ଲାରେ ୧୦୩ ଜଣ ,ଷ୍ଟେଟ ପୁଲ୍ ରୁ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୩,୦୦,୮୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୫,୩୭୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୩୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.