ଭୁବନେଶ୍ବର,୧୧/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୩୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଅନୁଗୁଳ ଜିଲ୍ଲାରେ ୧୪ ଜଣ,ବାଲେଶ୍ବର ଜିଲ୍ଲାରୁ ୧୨ ଜଣ,ବରଗଡ଼ ଜିଲ୍ଲାର ୦୧ ଜଣ, ଭଦ୍ରକ ଜିଲ୍ଲାରେ ୦୩ ଜଣ,ବଲାଙ୍ଗୀର ଜିଲ୍ଲାରେ ୦୨ ଜଣ ବୌଦ୍ଧ ଜିଲ୍ଲାରେ ୦୧ ଜଣ, କଟକ ଜିଲ୍ଲାରୁ ୬୮ ଜଣ,ଦେବଗଡ ଜିଲ୍ଲାରୁ ୦୨ ଜଣ,ଗଜପତି ଜିଲ୍ଲାରୁ ୦୫ଜଣ, ଜଗତସିଂହପୁର ଜିଲ୍ଲାରୁ ୦୮ଜଣ,ଯାଜପୁର ଜିଲ୍ଲାରେ ୧୫ ଜଣ, ଝାରସୁଗୁଡା ଜିଲ୍ଲା ରୁ ୦୬ ଜଣ,କଳାହାଣ୍ଡି ଜିଲ୍ଲାର ୦୫ ଜଣ,କେନ୍ଦ୍ରାପଡା ଜିଲ୍ଲାରେ ୦୧ ଜଣ,କେନ୍ଦୁଝର ଜିଲ୍ଲାରୁ ୦୩ ଜଣ,ଖୋର୍ଦ୍ଧା ଜିଲ୍ଲାରେ ୨୧୯ ଜଣ,କୋରାପୁଟ ଜିଲ୍ଲାରେ ୦୪ ଜଣ,ମୟୂରଭଞ୍ଜ ଜିଲ୍ଲାରେ ୧୬ ଜଣ,ନୟାଗଡ ଜିଲ୍ଲାରେ ୦୫ ଜଣ,ନୂଆପଡା ଜିଲ୍ଲାରେ ୦୮ ଜଣ,ପୁରୀ ଜିଲ୍ଲା ରୁ ୧୨ ଜଣ,ରାୟଗଡା ଜିଲ୍ଲାରେ ୦୨ ଜଣ,ସମ୍ବଲପୁର ଜିଲ୍ଲାରୁ ୪୧ ଜଣ,ସୋନପୁର ଜିଲ୍ଲାରେ ୦୩ ଜଣ,ସୁନ୍ଦରଗଡ ଜିଲ୍ଲାରେ ୬୩ ଜଣ ,ଷ୍ଟେଟ ପୁଲ୍ ରୁ ୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୨,୯୪,୦୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୧,୫୩୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୩୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।