ଭୁବନେଶ୍ବର,୦୪/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୧୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ୧୩୫ ଜଣ,ପୁରୀ ଜିଲ୍ଲାରୁ ୦୨ ଜଣ, କଟକ ଜିଲ୍ଲାରେ ୩୮ ଜଣ,ସୁନ୍ଦରଗଡ ଜିଲ୍ଲାରେ ୦୯ ଜଣ ସମ୍ବଲପୁର ଜିଲ୍ଲାରେ ୦୩ ଜଣ, ଯାଜପୁର ଜିଲ୍ଲାରୁ ୦୪ ଜଣ,ବାଲେଶ୍ବର ଜିଲ୍ଲାରୁ ୦୩ଜଣ,ଭଦ୍ରକ ଜିଲ୍ଲାରେ ୦୨ ଜଣ,ଜଗତସିଂହପୁର ଜିଲ୍ଲାରୁ ୦୧ଜଣ,ଝାରସୁଗୁଡା ଜିଲ୍ଲା ରୁ ୦୪ ଜଣ,ବଲାଙ୍ଗୀର ଜିଲ୍ଲାର ୦୧ଜଣ, ନୟାଗଡ ଜିଲ୍ଲାରେ ୦୨ଜଣ,ରାୟଗଡା ଜିଲ୍ଲାରୁ ୦୧ଜଣ,ମାଲକାନଗିରି ଜିଲ୍ଲାରେ ୦୧ଜଣ,ମୟୂରଭଞ୍ଜ ଜିଲ୍ଲାରେ ୦୭ଜଣ, ସୋନପୁର ଜିଲ୍ଲାରେ ୦୧ ଜଣ,କଳାହାଣ୍ଡି ଜିଲ୍ଲାରେ ୦୧ଜଣ,କେନ୍ଦ୍ରାପଡା ଜିଲ୍ଲାରେ ୦୨ଜଣ, ଷ୍ଟେଟ ପୁଲ୍ ରୁ ୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୦, ୭୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦,୧୧୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୪୯୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।