ରଙ୍ଗେଇଲୁଣ୍ଡା ବ୍ଲକ୍ ପାନୀୟ ଜଳ ଯୋଗାଣ ଓ ରକ୍ଷଣାବେକ୍ଷଣ ନାମରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି ।

0 2,573

ବ୍ରହ୍ମପୁର,୧୧/୧୨(ପିପିଟି); ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା କ୍ଷେତ୍ର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋପାଳପୁର ବିଧାୟକ ଗିରଫ ପରେ ଅନେକ ଗୁମର ଫିଟୁଛି । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମୟରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ସମୟରେ ଆୱାଜ ଉଠିଥିଲେ ମଧ୍ୟ ଚପାଇ ଦିଆଯାଇଛି । ଗତ ୨୦୧୩ ଫାଇଲିନ୍ ସମୟରେ ଜଳ ଯୋଗାଣ ନାମରେ ମିଥ୍ୟା ବିଲ୍ ଏବଂ ବାଇକ୍ ନମ୍ବରରେ ଟ୍ଯାଙ୍କର ଦର୍ଶାଇ ମଧ୍ୟ ବିଲ୍ ହୋଇଥିବା ଅଭିଯୋଗ ହୋଇଥିଲା କିନ୍ତୁ ତଦନ୍ତକୁ ଚପାଇଦେବାରେ ସଫଳ ହୋଇଥିଲା । ରଙ୍ଗେଇଲୁଣ୍ଡା ବ୍ଲକ୍ ପାନୀୟ ଜଳ ଯୋଗାଣ ଓ ରକ୍ଷଣାବେକ୍ଷଣ ନାମରେ ହୋଇଥିବା ଦୁର୍ନୀତିର ୨୦୧୦ ଠାରୁ ୨୦୨୦ ପର୍ଯ୍ୟନ୍ତ ତଦନ୍ତ ଆବଶ୍ୟକ । କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ଚୌଧୁରୀ ଓ ସମୀର କୁମାର ପଟ୍ଟନାୟକ ଗୋପାଳପୁର ବିଧାୟକଙ୍କ ଅତି ବିଶ୍ବସ୍ତ ଏବଂ ନେଇ ଆଣି ଥୋଇ ପାରିବା ବିଦ୍ଯା ଭଲ ଜଣା ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ।ତା-୦୪/୦୮/୨୦୧୦ ଠାରୁ ତା-୧୭/୦୨/୨୦୧୯ ପର୍ଯ୍ୟନ୍ତ କନିଷ୍ଠ ଯନ୍ତ୍ରୀ -୧ ରବିନ୍ଦ୍ର ଚୌଧୁରୀ ରଙ୍ଗେଇଲୁଣ୍ଡା ରେ କାର୍ଯ୍ୟରତ ଥିଲେ । ଶ୍ରୀ ଚୌଧୁରୀ ଦୀର୍ଘ ୦୯ ବର୍ଷ କାର୍ଯ୍ୟକାଳ ଅତ୍ଯନ୍ତ ବିଚକ୍ଷଣ ଥିଲା । ସର୍ଭିସ୍ ଆକ୍ଟ ଉଲ୍ଲଂଘନ କରି ଗୋଟିଏ ସ୍ଥାନରେ ୦୯ ବର୍ଷ ଚାକିରୀ କରିବା ସମ୍ଭବ ନୁହେଁ । ଶ୍ରୀ ଚୌଧୁରୀଙ୍କୁ ଜିଲ୍ଲା ବାହାରକୁ ବଦଳି ନକରି ଚିକିଟି ରେ ପୁଣି ଥଇଥାନ କରାଗଲା । ରଙ୍ଗେଇଲୁଣ୍ଡାର ଅନ୍ୟତମ କରିତ୍‌କର୍ମା ଯନ୍ତ୍ରୀ -୨ ସମୀର କୁମାର ପଟ୍ଟନାୟକ ମଧ୍ୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଶୀବାଦରୁ ଠିକାଦାରରୁ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି । ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଥିବା ସମୟରୁ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଠିକାଦାର ଭାବେ ସକ୍ରୀୟ ହୋଇ ଉଠାଇଥିବା ନେଇ ଶୁଣିବାକୁ ମିଳୁଛି । ଗୋପାଳପୁର ବିଧାୟକଙ୍କ ଛତ୍ରଛାୟା ତଳେ ଯନ୍ତ୍ରୀ ସମୀର କୁମାର ପଟ୍ଟନାୟକ ନିଜର କାୟା ବିସ୍ତାର କରିବା ସହିତ ଟେଣ୍ଡର ଫିକ୍ସିଂ ପାଇଁ ଅପରାଧ ଜଗତ ସହିତ ସଂପର୍କରେ ଥିଲେ ବୋଲି ଯାହା ଚର୍ଚ୍ଚା ଶୁଣିବାକୁ ମିଳୁଛି ତାହା କେତେ ଦୂର ସତ୍ୟ ତାହା ତଦନ୍ତ ସାପେକ୍ଷ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆନୁଗତ୍ଯ ଓ ଘନିଷ୍ଠତା ପାଇଁ ଯନ୍ତ୍ରୀ ସମୀର କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିବ ସହିତ ତା-୩୦/୦୯/୨୦୧୫ ଠାରୁ ରଙ୍ଗେଇଲୁଣ୍ଡା ବ୍ଲକ୍ ଦାୟିତ୍ୱରେ ଥଇଥାନ ହୋଇ କାର୍ଯ୍ୟ କରୁଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ତାଙ୍କୁ ଏକାଧିକ ଦାୟିତ୍ୱରେ ଅଛନ୍ତି । ସଂପୃକ୍ତ ଦୁଇ ଯନ୍ତ୍ରୀଙ୍କୁ ସାମ୍ରାଜ୍ୟ ଓ ଅପରାଧ ଲିଙ୍କ୍ ପ୍ରତି ପୁଲିସ ଓ ପ୍ରଶାସନର ନଜର ରଖିବାକୁ ସାଧାରଣରେ ଦାବି ହେଉଛି । ୨୦୧୦ ଠାରୁ ୨୦୨୦ ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ ପାନୀୟ ଜଳ ଯୋଗାଣ ଓ ରକ୍ଷଣାବେକ୍ଷଣରେ ବିନିଯୋଗ ହୋଇଥିବା ଅର୍ଥ ଓ ଅନ୍ୟାନ୍ୟ ଦିଗପ୍ରତି ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ । ସଂପୃକ୍ତ ଦୁଇ ଯନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ଅନେକ ତଥ୍ୟ ପଦାକୁ ଆସି ପାରେ ବୋଲି ଚା ଖଟିରେ ଚର୍ଚ୍ଚା ।

Leave A Reply

Your email address will not be published.