ରକ୍ତଦାନ ଶିବିରରୁ ୩୩ୟୁନିଟ ରକ୍ତ ସଂଗ୍ରହ ।

0 359

ଭଞ୍ଜନଗର,୨୦/୦୯(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭଞ୍ଜନଗର ରକ୍ତ ଭଣ୍ଡାର ଠାରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ଏଥିରେ ସାମିଲ ହୋଇଥିଲେ। ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର ଓ ସନ୍ତୋଷ ତିଆଡ଼ି ପ୍ରଥମେ ରକ୍ତଦାନ କରିଥିଲେ। ବରିଷ୍ଠ ନେତା ପ୍ରଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ନୀଳ ମାଧବ ପାତ୍ର,ରବୀନ୍ଦ୍ର କୁମାର ଗୌଡ଼,ଶିଵ ପ୍ରସାଦ ମହାପାତ୍ର, ମାନସ ଜେନା, ସୁଭାଷ ଚନ୍ଦ୍ର ବରାଡ଼,କୁବେର ପ୍ରଧାନ,ଶିବ ପ୍ରଧାନ,ଧୋବା ପରିଛା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସlହିତ କରିଥିଲେ। ଭଞ୍ଜନଗର ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ଓ ବହୁ ଯୁବବର୍ଗ ସହଯୋଗ କରିଥିଲେ। ଏହି ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.