ରକ୍ତଦାନ ଓ ରକ୍ତ ଯୋଗାଡ଼ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ପୁରସ୍କାର ପାଇଲେ ମନୋଜ ; ସୁବର୍ଣ୍ଣପୁରରେ ଭବ୍ୟ ସମ୍ବର୍ଦ୍ଧନା ।

0 275

ଉଲୁଣ୍ଡା,୧୨/୧୦(ପିପିଟି): ରକ୍ତ ଦାନ ଓ ରକ୍ତ ଯୋଗାଡ଼ କ୍ଷେତ୍ରରେ ରାଜ୍ୟରେ ଅତୁଳନୀୟ ଅବଦାନ ହେତୁ ଗତ ୪ ତାରିଖ ଦିନ ସୁଦୂର ରାଜସ୍ଥାନ ର ହନୁମାନ ଗଡ ରେ ନେସନାଲ କନଫରେନ୍ସ ଓ ମେଗା ସମ୍ବର୍ଦ୍ଧନା ସମାରୋହ ରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରି ସାରା ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହ୍ୟୁମାନ ସୋସିଆଲ ଫାଉଣ୍ଡେସନ ତରଫରୁ ଜାତୀୟ ପୁରସ୍କାର ଲାଭ କରି ସମଗ୍ର ଓଡ଼ିଶାର ତଥା ଜିଲ୍ଲାର ଗୌରବ ବର୍ଦ୍ଧନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବମରାଜ ଗ୍ରାମରେ ଜନ୍ମିତ ମନୋଜ ସୁବର୍ଣ୍ଣ ପୁର ପୋଲିସରେ କାର୍ଯ୍ୟରତ । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ୱଚ୍ଛ ଭାରତ ତଥା ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ଆଜି ସନ୍ଧ୍ୟା ସମୟରେ ମନୋଜ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଡ଼ିଏସପି ହେମସାଗର ନନ୍ଦ, ସମ୍ମାନିତ ଅତିଥି ଭାବେ ବ୍ଲଡ଼ ବ୍ୟାଙ୍କ ଅଫିସର ଡା, ଦୁର୍ଗା ପ୍ରସାଦ ଦାଶ, ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଲଷ୍ମୀ ନାରାୟଣ ମେହେର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ନାଟ୍ୟଶ୍ରୀ ଗଦାଧର ବାରିକ୍ , ଶିକ୍ଷାବିତ ପ୍ରଦୀପ ପୁରୋହିତ, ଯୁବ ନେତା ଅଭିମନ୍ୟୁ କୁଶଳ ପ୍ରମୁଖ ଅନ୍ୟ ଅତିଥି କିଛି ଯୋଗ ଦେଇ ରକ୍ତଦାନ କ୍ଷେତ୍ରରେ କରାଯାଇଥିବା ଅତୁଳ ନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଶ୍ରୀ ପଣ୍ଡାଙ୍କ ଏ ନିସ୍ଵାର୍ଥପର ସେବା କୁ ଜାରି ରଖିବା ପାଇଁ ଓ ତାଙ୍କ ସୁଖମୟ ଜୀବନ ସକାଶେ ମାଆ ସୁରେଶ୍ଵରୀ ଙ୍କ ଠାରେ ଗୁହାରି କରିଥିଲେ ଏବଂ ସମ୍ମାନପାଇବା କୁ ହେଲେ ଅନ୍ୟକୁ ସମ୍ମାନ ପ୍ରଦର୍ଶନ କରିବା ଜରୁରୀ ବୋଲି କହି ପବିତ୍ର ଗୋପବନ୍ଧୁ ଜୟନ୍ତୀ ଓ ସୁବର୍ଣ୍ଣପୁର ଜ଼ିଲ୍ଲା ନୂତନ ନ୍ୟାୟାଳୟର ଉଦଘାଟନ ଉତ୍ସବ ଭଳି ଏକ ସ୍ମରଣୀୟ ଦିବସରେ ମନୋଜକୁ ପୁଣି ଏଭଳି ଭବ୍ୟ ସମ୍ବର୍ଦ୍ଧନା ନିଶ୍ଚିତ ଭାବେ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ମାନେ କହିଥିଲେ । ଆଉ ଗୋପବନ୍ଧୁଙ୍କ ସେଇ ଉକ୍ତିକୁ ମନେ କରି କହିଥିଲେ ଯେ, “ମାନବ ଜୀବନ ନୁହେଁ ଏ କେବଳ ବର୍ଷ ମାସ ଦିନ ଦଣ୍ଡ ” କର୍ମେ ଯିଏ ନର କର୍ମ ଏକା ତାର ଜୀବନ ର ମାନଦଣ୍ଡ ‘
ସେହିପରି ସୁବର୍ଣ୍ଣପୁର ଜ଼ିଲ୍ଲା କନେଷ୍ଟବଳ ଶାଖା ସଂଘ ସଭାପତି କୁମୁଦ ରଂଜନ ମେହେର ଓ ଦିନେଶ ମିଶ୍ର,ମନୋଜ ପଣ୍ଡା ଙ୍କ ଏପରି ଲୋକ ହିତକର କାର୍ଯ୍ୟ ପୋଲିସ ର ଗର୍ବକୁ ଦ୍ୱିଗୁଣିତ କରିଚି ବୋଲି ମତ ପ୍ରକାଶ କରିଥିଲେ । ସ୍ୱଚ୍ଛ ଭାରତ ର ଉପଦେଷ୍ଟା ଡା ସୁନୀଲ ମହାପାତ୍ରଙ୍କ ସିଡ଼ିଭିଓ ଭାବେ ପଦୋନ୍ନତି ପାଇଥିବାରୁ ତାଙ୍କୁ ମଧ୍ୟ ସଭାରେ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାର ମହିଳା ସମାଜ ସେବୀ ଇନ୍ଦୂମତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସ୍ୱଚ୍ଛ ଭାରତ ର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରି ସ୍ୱାଗତ ଭାଷଣ ରଖିଥିଲେ । ଆରଏସଏସ ର ମଙ୍ଗୁରାମ ସେଠି, ସ୍ୱଚ୍ଛ ଭାରତ ର ବିନୋଦ ମେହେରଙ୍କ ସହ ସହର ବିଭିନ୍ନ ସଂଗଠନର ସଭ୍ୟ ଓ ବହୁ ବୁଦ୍ଧିଜୀବୀ ଓ ଗଣ ମାଧ୍ୟମ ପ୍ରତିନିଧି ଏହି ଉତ୍ସବରେ ଯୋଗ ଦେଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.