ଯୌତୁକ ଜୁଇରେ ନବ ବଧୂ ।

0 253

ଶେରଗଡ଼,୧୭/୦୪(ପିପିଟି); ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁର ତାରିଣୀ ସିଅଙ୍କ ଝିଅ ଜୟନ୍ତୀ ସ୍ୱାଇଁଙ୍କ ଯୌତୁକ ଜନିତ କାରଣ ପାଇଁ ଶଶୁର ଘର ଲୋକ ମାରି ଦେଇଥିବା ବାପା ହିଞ୍ଜିଳି ଥାନାରେ ଅଭିଯୋଗ ଆଣିଥିଲେ। ସେ ଗତ ୮ ବର୍ଷ ତଳେ ଠୁରୁବୁରାଇ ଗାଁର ନକୁଳ ସ୍ବାଇଁଙ୍କ ପୁଅ କାହ୍ନୁ ସ୍ୱାଇଁ ସହ ତାଙ୍କ ଝିଅ ଜୟନ୍ତୀଙ୍କ ସାମାଜିକ ରୀତି ନୀତିରେ ହିନ୍ଦୁ ଧର୍ମ ପ୍ରଥା ଅନୁଯାଇ ବିବାହ ଦେଇଥିଲେ।ବରପକ୍ଷକୁ ସନ୍ତୁଷ୍ଟ କରିବା ପାଇଁ ୪ ଲକ୍ଷ ଟଙ୍କାର ଯାନୀ ଯୌତୁକ ମଧ୍ୟ ପ୍ରଦାନ କରିଥିଲେ ହେଲେ ସେତିକି ରେ ସନ୍ତୁଷ୍ଟ ନଥିଲେ ଶଶୁର ଘର ଲୋକ ଆଉ ଝିଅ ଜୟନ୍ତିକୁ ଅଧିକ ଯୌତୁକ ଆଣିବା ପାଇଁ ବାରମ୍ବାର ବାଧ୍ୟକରି ବାରମ୍ବାର ଦେଉଥିଲେ ଶାରୀରିକ ଓ ମାନସିକ ଯନ୍ତ୍ରଣା। ଝିଅର ଏହି ନିଜ୍ୟାତନା ବିଷୟରେ ବାପ ଘର ଲୋକ ଜାଣିବା ପରେ ନିଜ ସମାଜର ଲୋକଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ କରିଥିଲେ ଅଭିଯୋଗ।ତେଣୁ କୁଳ ସମାଜର ହସ୍ତକ୍ଷେପ ଫଳରେ ସମାଧାନ ତ ହୋଇଥିଲା, ହେଲେ ଝିଅ ଜୟନ୍ତୀକୁ ବାପ ଘର ସହ ସମସ୍ତ ସମ୍ପର୍କ ଛିହ୍ନ କରିବା ପାଇଁ ସ୍ୱାମୀ ବାଧ୍ୟ କରିଥିଲେ। ହେଲେ ଗତ ୧୪ ତାରିଖ ମେଷ ସଂକ୍ରାନ୍ତି ଦିନ ଜୟନ୍ତୀ ବିଷ ଖାଇ ମୃତୁ ବରଣ କରିଥିବା କଥା ଜାଣିବା ପରେ ବାପା ତାରିଣୀ ସ୍ୱାଇଁ ନିଜ ଝିଅକୁ ଶଶୁର ଘର ଲୋକ ମାରିଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ମାମଲା ରୁଜ୍ଜୁ ହୋଇ କେଶ ନଂ୧୬୬/୨୧ କ୍ରମେ ଯାହା ଫଳରେ ମୃତକ ଜୟନ୍ତୀଙ୍କ ସ୍ୱାମୀକୁ ପୋଲିସ ଅଟକ ରଖିଛି। ଏତେ ସବୁ ଆଇନି ସତ୍ବେ ଝିଅ ମନରୁ ହଟିବ ଯୌତୁକ ଜନିତ ନିର୍ଯ୍ୟାତନା ର ଭୟ ତାହା କେବଳ କହିବ।କଣ ସଭ୍ଯ ସମାଜରେ ପହଞ୍ଚୁନି କି ଉପଯୁକ୍ତ ସଚେତନତା ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.