ଯୋଗୀମାରି ଭି.ଏସ.ଏସ ଓ କାଠ ମାଫିଆ ମଧୁ ଚନ୍ଦ୍ରିକା; ବେଧଡକ କଟା ହେଉଛି ବହୁ ମୂଲ୍ୟବାନ ଗଛ ।

0 348

ଭଞ୍ଜନଗର,୨୩/୦୫(ପିପିଟି); ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।ପ୍ରଥମେ ଜଙ୍ଗଲ ପୋଡ଼ି ଆଉ ଏବେ ଜଙ୍ଗଲ କାଟି ସଫା କରିବାରେ ଲାଗିପଡିଛନ୍ତି କିଛି କାଠ ମାଫିଆ। ନିଜ ଅଞ୍ଚଳରେ ଥିବା ଜଙ୍ଗଲକୁ ସୁରକ୍ଷିତ ରଖିବା ସକାଶେ ପ୍ରତ୍ୟେକ ଗ୍ରାମରେ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ହେଲେ ବନ ବିଭାଗ ଦୃଷ୍ଟି ଆଢୁଆଳରେ ରହି ବନ ସୁରକ୍ଷା ସମିତିର କେତେକ ସଦସ୍ୟ ଓ କାଠ ମାଫିଆ ମିଶି ଜଙ୍ଗଲରୁ ବେଧଡକ ଗଛ କାଟି ମାଲାମାଲ ହେବାରେ ଲାଗିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ଘୁମୁସର ମୁଜାଗଡ ବନାଞ୍ଚଳ ବିଞ୍ଝଗିରୀ ବିଟର ଯୋଗୀମାରି ଗ୍ରାମରେ। ଏଠାରେ ଭି.ଏସ.ଏସ ଓ କାଠ ମାଫିଆର ମଧୁ ଚନ୍ଦ୍ରିକା ଯୋଗୁଁ ଅହରହ ଗଛ କାଟି ନେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଶନିବାର ସକାଳ ସମୟରେ ଗ୍ରାମରେ ଜଣେ ବ୍ୟକ୍ତି ବନ ସୁରକ୍ଷା ସମିତିର କୌଣସି ଅନୁମତି ନନେଇ ଗ୍ରାମ ନିକଟ ଜଙ୍ଗଲରୁ ବହୁଗଛ କାଟି ଟ୍ରାକ୍ଟର ଯୋଗେ ବୋହି ନେଉଥିବା ବେଳେ ଗ୍ରାମବାସୀମାନେ ଗାଡ଼ି ଅଟକାଇ ଥିଲେ। ବନ ସୁରକ୍ଷା ସମିତିର ଅନୁମତି ପତ୍ର ମାଗିବା ସହ କାହା ନିର୍ଦ୍ଦେଶରେ ଏସବୁ ମୂଲ୍ୟବାନ ଗଛ କାଟିଲ ବୋଲି ପ୍ରଶ୍ନ କରିଥିଲେ। ଫଳରେ ସମ୍ପୁକ୍ତ କାଠ ମାଫିଆ ଜଣଙ୍କ ଟ୍ରାକ୍ଟରରୁ ସମସ୍ତ କାଠକୁ ମୁଖ୍ୟରାସ୍ତା କଡରେ ପକାଇଦେଇ ଚାଲି ଯାଇଥିଲେ।ଖବର ପାଇ ଉକ୍ତ ଅଞ୍ଚଳରେ କାର୍ଯ୍ୟରତ ବନ କର୍ମଚାରୀ,ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ସମ୍ପୁକ୍ତ କାଠ ମାଫିଆଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ କରାଯିବା ପରେ ଉକ୍ତ ବନ କର୍ମଚାରୀ ଜଣଙ୍କ ଗଛ କାଟି ଥିବା ସ୍ଥାନ ପରିଦର୍ଶନ କରିବା ସହ ଜବତ କାଠସବୁ ଗ୍ରାମକୁ ନେଇଯିବାକୁ ବନ ସୁରକ୍ଷା କର୍ମକର୍ତ୍ତାକୁ କହି ଚାଲି ଯାଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ସମ୍ପୁକ୍ତ କାଠ ମାଫିଆ ଜଣଙ୍କ ତାଙ୍କ ନିକଟରେ କୌଣସି ଅନୁମତି ନଥିବା ବେଳେ କାଠ ଗୁଡିକ ଗ୍ରାମରେ ନିଲାମ କରି ବିକ୍ରି ପାଇଁ କାଟିଥିବା କହିଥିଲେ।ଏହା ଶୁଣି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏସମ୍ପର୍କରେ ଡିଏଫଓ ଙ୍କୁ ପଚାରିବାରେ ସେ ରେଞ୍ଜ ଅଫିସରଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.