ଯୁବ ସମାଜସେବୀଙ୍କ ଅକାଳ ବିୟୋଗ ।

0 755

ଭଞ୍ଜନଗର,୧୬/୦୨(ପିପିଟି): ଭଞ୍ଜନଗର ସହରର ଜଣାଶୁଣା, ଲୋକପ୍ରିୟ ସମାଜସେବୀ ବ୍ରଜବନ୍ଧୁ ମହାପାତ୍ରଙ୍କର ଆଜି ସକାଳ ୭ଟା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା।ଗତ ତିନି ମାସ ହେଲା ସେ ମସ୍ତିଷ୍କ ଓ କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ।ତାଙ୍କର ମୃତଦେହକୁ ଭୁବନେଶ୍ୱରରୁ ଭଞ୍ଜନଗର ଅଣାଯାଇ ପରିବାର, ବନ୍ଧୁବର୍ଗ ଓ ଶୁଭେଚ୍ଛୁଙ୍କ ଶେଷ ଦର୍ଶନ ପରେ ସ୍ଥାନୀୟ ସ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଛି।ବ୍ରଜବନ୍ଧୁ ବେଲଗୁଣ୍ଠା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ବାଳକୃଷ୍ଣ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ଘୁମୁସର ଘରୋଇ ବସ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ରଙ୍କ ବଡ଼ ଭାଇ ଥିଲେ। ଅନ୍ତିମ ଯାତ୍ରା ସମୟରେ ମାଆ ମାଧୁରୀ ମହାପାତ୍ର, ପତ୍ନୀ ମିତା ମହାପାତ୍ର, ପୁଅ ସତ୍ୟ ସୁନ୍ଦର, ଝିଅ ପ୍ରଜ୍ଞା ପରିମିତା, ଭଉଣୀ ପ୍ରତିଭା, ଜ୍ୱାଇଁ ଦୁତିକୃଷ୍ଣ,ମାମୁଁ ନଳିନୀ କାନ୍ତ, ଦୀପକ କୁମାର, ଓମ,ଆଦିତ୍ୟ, ସୋନାଲି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ବ୍ରଜବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.