କୋଦଳା,୨୪/୦୪(ପିପିଟି); ଆଜି କୋଦଳା ରେ ଏକ ଦୁଃଖଦ ଖବର ପହଁଚିଛି । ସମସ୍ତଙ୍କ ପ୍ରିୟ ମେଳାପି, ଉତ୍ତମ ବ୍ୟବହାର ରେ ମନଜୀଣିଥିବା ଯୁବ ବ୍ୟବସାୟୀ କୈଳାଶ ଚନ୍ଦ୍ର ପୃଷ୍ଟି (୩୫)ଙ୍କ କରୋନା ରେ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି । ଗତ ଏକ ସପ୍ତାହ ହେବ ବେଗୁନିଆପଡା ମେଡିକାଲରେ କୋଭିଡ ପରୀକ୍ଷା ପରେ ପଯେଟିଭ ରିପୋର୍ଟ ମିଳିବାରୁ ସଙ୍ଗେ ସଙ୍ଗେ ସେ ନିଜର ପରିବାର ସହିତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ରେ ଚିକିଛିତ ହେଉଥିଲେ । କିନ୍ତୁ ଆଜି ଅର୍ଥାତ ଶନିବାର ସକାଳ ଦଶଘଣ୍ଟ ସମୟ ରେ ମୃତ୍ୟୁ ବରଣ କରିଥିବା ନେଇ ଖବର ପହଞ୍ଚି ଥିଲା ।ସଟଡାଉନ ସତ୍ୱେ କୋଦଳା କୁମୁଟି ସାହି ସ୍ଥିତ ନିଜ ଘର ସମ୍ମୁଖରେ ଲୋକମାନେ ରୁଣ୍ଡ ହୋଇ ଦୁଃଖ ପ୍ରକାଷ କରିଥିଲେ ।ପରେ ପରେ ନିଜର ସମ୍ପର୍କୀୟ ଭୁବନେଶ୍ୱର ଯାଇ କୈଳାଶ ର ଶେଷ ଦର୍ଶନ ସହିତ ଶବ ଦାହ କରି ଫେରିଥିଲେ । ପ୍ରକାଶ ଥାଉକି ସେ ଜଣେ ମାତ୍ର ଗୃହକର୍ତ୍ତା ହୋଇଥିବା ବେଳେ ତାଙ୍କର ଦୁଇଗୋଟି ପୁତ୍ର ସନ୍ତାନ ଅଛି ।ଛୋଟିଆ ଦୋକାନ ଟିଏ ହୋଇଥିଲେ ସୁଦ୍ଧା ହୋଲସେଲ ଦୋକାନ ଠାରୁ ବହୁତ ସୁବିଧାରେ ସାମାନ ଯୋଗାଉ ଥିବାରୁ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )
Next Post