ଯାଜପୁର,୦୮/୧୧(ପିପିଟି); ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନବ ଗଠିତ ଯୁବ ବିଜେଡି କମିଟିର ପ୍ରଥମ ବୈଠକ ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ୮ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମହାନ୍ତି ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ କିପରି ସୁଦୃଢ଼ ହେବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ପବିତ୍ର ମୋହନ ମହାପାତ୍ର, ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୌମ୍ୟରଂଜନ ମହାପାତ୍ର ଓ ଦାନଗଦି ବ୍ଲକ ଯୁବ ବିଜେଡି ଉପସଭାପତି ନରୋତ୍ତମ ବେହେରା ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ।