ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

0 279

ବେଲଗୁଣ୍ଠା,୨୩/୦୨(ପିପିଟି): ବୁଗୁଡ଼ା ବଡ଼ ଦାଣ୍ଡ ସ୍ଥିତ ନିକୁଞ୍ଜ ମୋହନ କ୍ଳବ୍ ଠାରେ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଏକ ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଜିଲ୍ଲା ଯୁବ ଅଧିକାରୀ ଅକ୍ଷୟ ନିପାଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଡାକ୍ତର ହିମାଂଶୁ ଶେଖର ପଣ୍ଡା, ସମ୍ମାନିତ ଅତିଥି ରୂପେ ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ନେହେରୁ ଯୁବକେନ୍ଦ୍ର ସଂଗଠନର ଆକାଉଟାଣ୍ଟ ଦୂତିଆ ବନ୍ଛୋର, ସାମ୍ବାଦିକ ଅନୀଲ ପଟ୍ଟନାୟକ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ସୁସ୍ଥ ସକାରାତ୍ମକ ଜୀବନ ଶୈଳୀ ଏବଂ ଫିଟ୍ ଇଣ୍ଡିଆ ବିଷୟ ଉପରେ ବୁଝାଇଥିଲେ। ଉକ୍ତ ଶିବିରକୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବଳଦେବ ଜୀଉ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ସମେତ ସ୍କାଉଟ ଆଣ୍ଡ ଗାଇଡର ବାଦଲ, ଚନ୍ଦନ, ଶାରଦା, ମିଥୁନ, ସ୍ମୃତି, ଲିନା, ବନିତା, ସରିତା, ସୂତି, ରୋସ୍ନା,ଆଦି ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.