ବେଲଗୁଣ୍ଠା,୧୦/୦୩(ପିପିଟି): ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ତଥା ଯୁବ ସାମ୍ବାଦିକ ଜଗନ୍ନାଥ ନାୟକ ସୋରଡା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ୍ ସଭାପତି ଭାବେ ମନୋନୀତ ହେବା ପରେ ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ୍ ପକ୍ଷରୁ ଜଗନ୍ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଏକ ସମ୍ବର୍ଦ୍ଧନା ସଭାରେ ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତିଙ୍କ ଦ୍ୱାରା ଜଗନ୍ନାଥ ସମ୍ବର୍ଦ୍ଧିତ ହୋଇଥିଲେ । ଏହା ସହ ପୂର୍ବତନ ବ୍ଳକ୍ କଂଗ୍ରେସ ସଭାପତି ବୁଦ୍ଧଦେବ ମଲ୍ଲିକ୍, ଦିଲ୍ଲୀପ୍ ସୁଆର, ପୂର୍ବତନ ନଗର ଅଧ୍ୟକ୍ଷ କାଶୀନାଥ ମହାପାତ୍ର ପ୍ରମୁଖ ଜଗନ୍ନାଥଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସୋରଡ଼ା ନିର୍ବାଚନ ମଣ୍ଡଳୀର ଯୁବ ଗୋଷ୍ଠୀଙ୍କୁ ସଂଗଠିତ କରି କଂଗ୍ରେସର ଶକ୍ତି ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ତୃଣମୂଳ ସ୍ତରରୁ କଂଗ୍ରେସ୍ ର ସ୍ଥିତି ମଜବୁତ୍ କରିବା ମୋର ପ୍ରଥମ କାମ ହେବ ବୋଲି ଜଗନ୍ନାଥ ପ୍ରକାଶ କରିଥିଲେ ଏବଂ
ଏହି ଅବସରରେ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )