ଯୁବମୋର୍ଚ୍ଚା ଘୁମୁସର ବିଜେପି ଜିଲ୍ଲା ପକ୍ଷରୁ ବିକ୍ଷୋଭ ।

0 113

ଭଞ୍ଜନଗର,୦୫/୦୮(ପିପିଟି); ଆଜି ଅପରାହ୍ନ ରେ ଭଂଜସାହିତ୍ଯ ପରିଷଦ ସମୁଖ ଏସ ଏସ ସି ରେ ବେନିୟମକରି କୋଟିକୋଟି ଟଙ୍କା ହଡପ କରି ଲାଞ୍ଚ ନେଇ ଅଯୋଗ୍ୟ ବ୍ଯକ୍ତିକୁ ଚାକିରୀ ଦେଇ ବିଜେଡି ସରକାରର ମହାଦୁର୍ନୀତି ପଦାରେ ପଡିଛି ।ବିରଞ୍ଚି ସାହୁ ନାମକ କର୍ମଚାରୀଙ୍କ ପାଖରୁ କୋଟିକୋଟି ଟଙ୍କା ଓ ସୁନା ଅଳଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବାହାରିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୋଷୀଙ୍କୁ ଦଣ୍ଡ ଦିଆଯାଇ ସଂପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ଘୁମୁସର ବିଜେପି ଜିଲ୍ଲା ସଭାପତି ପ୍ରମୋଦ ପଣ୍ଡାଙ୍କ ନେତୃତ୍ବରେ ବହୁ ବରିଷ୍ଠ ନେତା ପ୍ରଦ୍ଯୁମ ନାୟକ, ପ୍ରଦୀପ କୁମାର ସାହୁ ରାଜ୍ୟ କୃଷକ ମୋର୍ଚ୍ଚା ସୋସିଆଲ୍ ମିଡ଼ିଆ ଆବାହନ ତଥା ଜିଲ୍ଲା ମିଡ଼ିଆ
ପ୍ରମୁଖ, ସନ୍ତୋଷ ତିଆଡି, ସନ୍ତୋଷ ପାଳ, ସମିର ନାୟକ, ବିଷ୍ଣୁ ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ରାଧା ମୋହନ, ସନ୍ତୋଷ କୁମାର ଗୌଡ ସମେତ ବହୁ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.