ତିର୍ତ୍ତୋଲ,୧୧/୦୭(ପିପିଟି);କଟରା ପଞ୍ଚାୟତ ଅନ୍ତର୍ଗତ ମର୍ଦୋଳ ଗ୍ରାମର ଉତ୍ସାହୀ ଯୁବକ ସମେତ ଏହି ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ମାନେ ଏକତ୍ରିତ ହୋଇ ଶତାଧିକ ଫଳ ବୃକ୍ଷ ରୋପଣ କରିଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅମିୟ ରଞ୍ଜନ ବଳ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଫଳଵୃକ୍ଷ ରୋପଣ କରିବାକୁ ସ୍ଥାନୀୟ ଯୁବକ ତଥା ମର୍ଦୋଳ ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ । ଫଳ ଗଛ ଲଗାଇଲେ ମାଙ୍କଡ ଓ ପକ୍ଷୀମାନଙ୍କ ଖାଦ୍ୟର ଦୀର୍ଘ ମିଆଦି ବ୍ୟବସ୍ଥା ହୋଇପାରିବ ଵୋଲି କହନ୍ତି ଅମିୟ ରଞ୍ଜନ ବଳ । ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାଖାପାଖି ୧୦୦୦ ଫଳ ବୃକ୍ଷ ରୋପଣ କରି ସମସ୍ତଙ୍କର ପ୍ରିୟ ପାଲଟି ଥିବା ବେଳେ ଏହି ବର୍ଷ ୫୦୦ ଫଳଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ।
(ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି । )