ଯୁବକର ଆତ୍ମହତ୍ୟା; କାରଣ ଅସ୍ପଷ୍ଟ ।

0 333

ଭଞ୍ଜନଗର,୨୮/୦୮(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ବଡଦାଣ୍ଡ ଓ ଧୂଁଆ ସାହି ଛକ ଠାରେ ରହୁଥିବା ତ୍ରିନାଥ ବିଶୋୟୀଙ୍କ ପୁଅ ଶ୍ରୀକାନ୍ତ ବିଶୋୟୀ(୨୬) ଶନିବାର ସନ୍ଧ୍ୟାରେ ନିଜ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ। ତାର ବାପାଙ୍କ କହିବା ଅନୁଯାୟୀ ସେ ସନ୍ଧ୍ୟା ସମୟରେ ବିଲରେ କାମ ସାରି ଘରକୁ ଆସି ଦେଖିଲା ବେଳକୁ ତାଙ୍କ ପୁଅ ଶ୍ରୀକାନ୍ତ ଘର କବାଟ ଭିତରୁ ବନ୍ଦ କରି ଆତ୍ମହତ୍ୟା କରିଛି। ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ହେଲେ ରାତି ହୋଇ ଯାଇଥିବାରୁ ଘର ସିଲ କରି ରବିବାର ଦିନ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠେଇଥିଲା। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.