ଯୁବକଙ୍କ ଶବ ଉଦ୍ଧାର ।

0 207

ବେଲଗୁଣ୍ଠା,୦୩/୧୦(ପିପିଟି):ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ରଙ୍ଗଣିପାଟଣା ସ୍କୁଲ ପରିସରରୁ ଜଣେ ୪୨ ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଯୁବକଙ୍କ ନାମ ସନ୍ତୋଷ କୁମାର ସାହୁ । ସେ ବୁଗୁଡ଼ାର ବାସିନ୍ଦା ହୋଇଥିବା ବେଳେ ଗୋଟିଏ ଶୁଦ୍ଧ କାର୍ଯ୍ୟରେ ଯୋଗ ଦେବା ପାଇଁ ନିମପଦର ଗ୍ରାମକୁ ଆସିଥିଲେ । ଆଜି ଖରାବେଳେ ତାଙ୍କ ଶବ ରଙ୍ଗଣିପାଟଣା ସ୍କୁଲ ପରିସରରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ନେଇ ପୋଲିସକୁ ଖବର ମିଳିଥିଲା ।ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେ ଧରିଥିବା ମୋବାଇଲ ଜରିଆରେ ତାଙ୍କ ପରିବାର ବର୍ଗଙ୍କୁ ସୁଚନା ଦେଇଥିଲେ । ସନ୍ଧ୍ୟା ସମୟରେ ତାଙ୍କ ପରିବାର ବର୍ଗଙ୍କ ଦ୍ୱାରା ଶବ ଚିହ୍ନଟ ପରେ ଭଞ୍ଜନଗର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଏବଂ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ପ୍ରକାଶ କୁମାର ସାହୁ ସୁଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.