ଯୁବକଙ୍କୁ ସୁଚିନ୍ତିତ ହତ୍ୟା ! ପୁଲିସର ତଦନ୍ତ ଆରମ୍ଭ ।

0 1,279

ଶେରଗଡ,(ପିପିଟି)୦୩/୦୫,ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି।ହତ୍ୟା କାଣ୍ଡର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ଅକୃର ନାହାକ ବୟସ ୩୨।ଅକୃର ଗାଁ ଛକ ଚଉରା ପାର୍ଶ୍ବରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ କାତିରେ  ଆକ୍ରମଣ କରିବା ପରେ ତାଙ୍କ ଜଙ୍ଘକୁ ହାଣି ଦେଇଥିଲେ।  ଅକୃର ମରିଯିବା ପରେ ଶରୀରକୁ ଚଉରା ପାର୍ଶ୍ବରେ ଥିବା  ପୋଖରୀ କୁ ଫିଙ୍ଗିଦେଇ ଫେରାର ହୋଇ ଯାଇଛନ୍ତି।ଶନିବାର ସନ୍ଧ୍ୟାରେ ଅକୃର ନିଜ ଘରେ ଖାଇ ଶୋଇବାକୁ ଚଉରା ପାର୍ଶ୍ବରେ ସୋଇଥିଲା।ସୋଇଥିବା ଖବର ନେଇ କିଛି ଦୁର୍ବୃତ୍ତ ଆସି ତାକୁ ଆକ୍ରମଣ କରିଛନ୍ତି ବୋଲି ପୋଲିସ ତାର ଅନୁମାନ କରିଛି।ଘଟଣା ସ୍ଥଳକୁ ଆସିକା ଏସଡିପିଓ  ସୁର୍ଯ୍ୟମଣି ପ୍ରଧାନ ,ଶେରଗଡ଼ ଥନାଅଧିକାରୀ ରମେଶ ଚନ୍ଦ୍ର ଦାସ ସଦଳ ବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଶେରଗଡ଼ ଥାନା କେଶ ନଂ ୪୬/୨୦ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଛି।ସାଇଣ୍ଟିଫିକ୍ ଟିମ ସହ ସନ୍ଧାନୀ କୁକୁର ତଦନ୍ତ ସାରି ଫେରିଛନ୍ତି।ପ୍ରାଥମିକ ତଦନ୍ତରୁ ହତ୍ୟା କରିବାନିମନ୍ତେ ଏକ ସୁକଳ୍ପିତ ଯୋଜନା ହୋଇଥାଇ ପାରେ ବୋଲି ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।ଶେରଗଡ଼ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।ପୂର୍ବ ଶତ୍ରୁତା ଓ ଉକ୍ତ ହତ୍ୟାକାଣ୍ଡର ମୂଖ୍ୟ କାରଣ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରିଛି।ତଦନ୍ତ ଜାରି ରହିଛି ଅତିଶୀଘ୍ର ହତ୍ୟାର କାରଣ ଜଣାପଡିବ  ଓ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.