ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ,କୋର୍ଟ ଚାଲାଣ ।

0 310

କୋଦଳା,୧୭/୦୬(ପିପିଟି): ଦିଗି ଗ୍ରାମରେ କୌଣସି କାରଣରୁ ଦୁଇ ଯୁବକ ମଧ୍ୟରେ ଝଗଡ଼ା ହୋଇ ଜଣେ ଗୁରୁତର ହୋଇଥିବା ଅଭିଯୋଗ ପରେ କୋଦଳା ପୋଲିସ ଦ୍ୱାରା ଗିରଫ ହୋଇ ଆକ୍ରମଣ କରିଥିବା ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ନୁଆଁ ଦିଗୀ ଗ୍ରାମର ଦୁଇ ଯୁବକ ମନୋଜ ପ୍ରଧାନ ଓ ଅର୍ଜୁନ ସ୍ୱାଇଁ କୌଣସି କାରଣକୁ ନେଇ ଯୁକ୍ତିତର୍କ ପରେ ହଠାତ ହତାହାତୀ ପର୍ଯ୍ୟନ୍ତ ଯାଇଥିଲା ପରେ ଏତେ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ମନୋଜ ପ୍ରଧାନ ଅର୍ଜୁନ ସ୍ବାଇଁଙ୍କୁ ଏକ ଲୁହା କାତି ରେ ଆକ୍ରମଣ କରିଥିଲା। ଯାହା ଫଳରେ ଅର୍ଜୁନ ଗୁରୁତର ଆହତ ହୋଇ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କୋଦଳା ଥାନାରେ ଅଭିଯୋଗ ପରେ କୋଦଳା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମନୋଜକୁ ଉଠାଇ ଆଣି ତାଠାରୁ ଏକ ଲୁହା କାତି ଜବତ୍ କରିବା ସହ ଏତଲା ନଂ ୨୭୨/୨୩ ଓ ଧାରା ୨୯୪, ୩୦୭,୩୨୬ ଓ ୫୦୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି ।

(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.