ଯାଦବ ସମାଜର କାର୍ଯ୍ଯକାରିଣୀ ବୈଠକ ।

0 206

ମାଲକାନଗିରି,୧୯/୧୧(ପିପିଟି):ମାଲକାନଗିରି ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଇରପୁଟ ବ୍ଲକର ଆମିଳିପୁଟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା ଯୋଗ ଦେଇ ଯାଦବ ଶୌର୍ଯ୍ୟ ଦିବସ ଉପରେ କହି ଭାରତୀୟ ସେନାରେ ଅହୀର ରେଜିମେଣ୍ଟ ସ୍ଥାପନ ନେଇ ଦାବି ରଖିଥିଲେ । ୧୯୬୨ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ୧୧୪ ଜଣ ଯାଦବ ବା ଅହୀରଙ୍କ ପ୍ରତି ଏହା ହେବ ଉପଯୁକ୍ତ ସମ୍ମାନ, ତେଣୁ ଭାରତ ସରକାର ଯେଭଳି ଭାବେ ଏହି ଯୁଦ୍ଧରେ ଯାଦବ ବା ଅହୀର ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି ତାହାକୁ ମନେ ପକାଇବା ଉଚିତ ବୋଲି ସେ କହିଥିଲେ । ଭାରତ ସୀମାର ରେଜଂଗଲା ଠାରେ ରହିଥିବା ଅହୀର ସ୍ତମ୍ବ ଏହାର ମୁକସାକ୍ଷୀ ଏବଂ ଏହାକୁ ନେଇ ଯାଦବ ଆଜି ଗର୍ବିତ ବୋଲି ବକ୍ତା ମାନେ କହିଥିବା ବେଳେ ଏହି ସହୀଦ ସ୍ତମ୍ବରୁ ମାଟି ଆସି ଭାରତ ସାରା ବୁଲିବ ଓ ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହାକୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର ହୋଇଥିଲା । ବିଶେଷକରି କେନ୍ଦ୍ର ସରକାର ଜାତିଭିତିକ ଜନଗଣନା କରୁନଥିବାରୁ ବକ୍ତା ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ଓବିସି ଗଠନ କରିଥିଲେବି ସଂରକ୍ଷଣ ଦେଉନଥିବା କୁହାଯାଇଥିଲା । ମାଲକାନଗିରି ଜିଲ୍ଲା ସଭାପତି ପରମେଶ୍ୱର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ହୃଷିକେଶ ଗୌଡ଼, ସମ୍ମନୀୟ ଅତିଥି ଭାବେ କୋରାପୁଟ ସଭାପତି ମଦନମୋହନ ନାୟକ, ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ରାଜ୍ୟ ଯୁବ ଯାଦବ ସାଧାରଣ ସମ୍ପାଦକ ଅମିତ ନାୟକ, ଶ୍ରୀରାମ ଗୌଡ଼ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ସଦାଶିବ ନାୟକ ବାର୍ଷିକ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀନାଥ ମହାକୁଡ଼, ଉଦୟ ନାଥ ମହାଙ୍କୁଡ଼, ଦିଲିପ କୁମାର ଦାସ, ତ୍ରିନାଥ ଗୌଡ଼, ବିଜୟ ଗୌଡ଼, ଯୁବ ସମ୍ପାଦକ ମଙ୍ଗରାଜ ହନ୍ତାଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦୈତାରୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.