ଯାତ୍ରୀବାହୀ ବସ ପୋଡିଲେ ମାଓବାଦୀ ।

0 488

ମାଲକାନଗିରି,୨୫/୦୪(ପିପିଟି): ଯାତ୍ରୀବାହୀ ବସରେ ନିଆଁ ଲଗାଇଲେ ମାଓବାଦୀ। ସୁକୁମାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ଗତ କାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇଦେଲେ ମାଓବାଦୀ । ବସ୍‌ରେ ଥିବା ପ୍ରାୟ ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ,ଗତ କାଲି ଗୁପ୍ତା ଟ୍ରାଭଲର୍ସ ନାମକ ଏକ ବସ ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ବସିଥିଲେ । କୋଣ୍ଟା ଠାରୁ ୧୫ କିମି ଦୂର ଆନ୍ଧ୍ରପ୍ରଦେଶର କୋତୁର ଠାରେ ବସକୁ ଅଟକାଇଥିଲେ ମାଓବାଦୀ । ଏହାପରେ ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ବାହାରକୁ ବାହାର କଲା ପରେ ବସଟିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣ. ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛି । କୁଟୁର ଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜର ଅସ୍ତତ୍ବ ପ୍ରଦର୍ଶନ କରିଛନ୍ତି ଲାଲବାହିନୀ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.