ଯାଜପୁର ପୌର ପରିଷଦରେ ବଡାଖାନା କାର୍ଯ୍ୟକ୍ରମ ।

0 303

ଯାଜପୁର,ତା ୨୪/୦୩(ପିପିଟି); ଯାଜପୁର ପୈାର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମର ଆୟୋଜନ ବୁଧବାର ଅନୁଷ୍ଠିତ ହୋଇଥିଲା । ସଫେଇ କର୍ମଚାରୀ ଓ ବିଭିନ୍ନ ୱାର୍ଡ ପାଇଁ ନିୟୋଜିତ କର୍ମଚାରୀ ମାନଙ୍କ ସହ ଆଲୋଚନା ବୈଠକ ଏବଂ ସମସ୍ୟା ସମାଧାନର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାରସ୍ପରିକ ସଦ୍ଭାବନା ଓ ଭାଇଚାରା ବଢିବା ସହ କାର୍ଯ୍ୟ କରି ଉତ୍ସାହ ପ୍ରଦାନ କରିବ ବୋଲି କହିଥିଲେ । ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ ,ଏ.ଡି.ଏମ୍.ଓ. ଡା. ପ୍ରଶାନ୍ତ କୁମାର ନାଥଶର୍ମା, ପୈାର ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮ ଜଣ ସ୍ୱଚ୍ଚ୍ଥ ସାଥୀ ଓ ସଫେଇ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପରେ ଊପରୋକ୍ତ ଅଧିକାରୀମାନେ ଉପସ୍ଥିତ ସଫେଇ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ଅନୁପ ବେହେରା, ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଓ ପୈାର ପରିଷଦର ସ୍ୱତନ୍ତ୍ର ଅଧିକାରୀ ସୁଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.