ଯାଜପୁର ପୈାର ପରିଷଦ ପକ୍ଷରୁ ଅନଲାଇନ୍ ଟ୍ୟାକ୍ସ ସଂଗ୍ରହର ଶୁଭାରମ୍ଭ ।

0 573

ଯାଜପୁର,ତା.୨୨/୦୧(ପିପିଟି); ଯାଜପୁର ପୈାର ପରିଷଦ ପକ୍ଷରୁ ବିଭିନ୍ନ ଟ୍ୟାକ୍ସ ଅନଲାଇନ୍ ମାଧ୍ୟମରେ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ପୌର କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ପୈାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ଏହି ଅନ୍ଲାଇନ ବ୍ୟବସ୍ଥାର ଶୁଭାରମ୍ଭ ସହ ଏହି ବ୍ୟବସ୍ଥା ଦ୍ୱାରା ପୈାର ଅଧିବାସୀ ମାନେ ନିଜ ଘରେ ରହି ମଧ୍ୟ ବିବିଧ ଟ୍ୟାକ୍ସ ପ୍ରଦାନ କରିପାରିବେ ବୋଲି କହିଥିଲେ । ଏପରି କି, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ମଧ୍ୟ ଅନ୍ଲାଇନ ମାଧ୍ୟମରେ କରିବାର ବ୍ୟବସ୍ଥା ରହିଚ୍ଥି ବୋଲି ସେ କହିଥିଲେ । ଆକ୍ସିସ ବ୍ୟାଙ୍କ ଏହି ଅନଲାଇନ୍ ବ୍ୟବସ୍ଥା “ଏମ୍.ପସ୍” ରେ ସହଯୋଗ କରିଥିବାରୁ ବ୍ୟାଙ୍କର ପରିଚାଳକଙ୍କୁ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ଏହି “ଏମ୍.ପସ୍.” ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଓ ପରିଚାଳିତ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯାଇଚ୍ଥି ବୋଲି କହିବା ସହ ପୌରବାସୀ ଏହାର ଉପଯୋଗ ପାଇଁ ଅନୁରୋଧ କରିଥିଲେ । ପରେ ଅନଲାଇନ୍ ଓ ଅଫଲାଇନ୍ ଊଭୟ ମାଧ୍ୟମରେ ଏମ୍.ପସ୍. ମେସିନ ଦ୍ୱାରା କେତେକ ହିତାଧିକାରୀଙ୍କ ଠାରୁ ଟ୍ୟାକ୍ସ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପୈାର ପରିଷଦର ଚିକିତ୍ସାଧିକାରୀ ଡା. ପ୍ରଦୀପ ଖୁଣ୍ଟିଆ, ଓ.ଏସ୍.ଡି. ସୁଦର୍ଶନ ମିଶ୍ର, ଆକ୍ସିସ୍ ବ୍ୟାଙ୍କର ପରିଚାଳକ ଅପୂର୍ବ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.