ଯାଜପୁର,ତା ୧୯/୦୧(ପିପିଟି); ଜନସାଧାଣଙ୍କ ହିତ ଉଦେ୍ଦଶ୍ୟରେ ସରକାର ବିବିଧ ବିକାଶ ଓ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଚ୍ଥନ୍ତି । ଏହାର ସପଂଳ ରୂପାୟନ ପାଇଁ ସଂପୃକ୍ତ ବିଭାଗ ଗୁଡିକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରାମର୍ଶ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନକେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଜିଲ୍ଳ୍ା ଉନ୍ନୟନ, ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ (ଦିଶା) ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀମତୀ ମଲ୍ଲିକ କେତେକ ବିଭାଗ ନିଜ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରୁନଥିବାରୁ ଯୋଜନାର ସଫଳତା ଲୋକଙ୍କୁ ମିଳୁନାହିଁ ବୋଲି କହିଥିଲେ । ବିଶେଷ କରି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା- ଜାତୀୟ ରାଜ ପଥ, ଜଳ ମାର୍ଗ ପ୍ରାଧିକରଣ, ରେଲୱେ ଇତ୍ୟାଦିର ପ୍ରକଳ୍ପ ନିର୍ଦ୍ଦେଶକ ମାନେ ନିୟମିତ ବୈଠକରେ ଯୋଗ ଦେଉ ନଥିବାରୁ ତାହାର ଅଗ୍ରଗତି ଓ ଅସୁବିଧା ସଂପର୍କରେ ଆଲୋଚନା ବା ସମାଧାନ ହୋଇପାରୁ ନାହିଁ । ତେଣୁ ଅନୁପସ୍ଥିତ ରହୁଥିବା ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ସହ ଭବିଷ୍ୟତରେ ନିଶ୍ଚିତ ଉପସ୍ଥିତ ରହିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ମଲ୍ଲିକ କହିଥିଲେ । ସମସ୍ତ ସଦସ୍ୟ ମାନେ ଏହାକୁ ସମର୍ଥନ କରିଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ନିର୍ଦ୍ଧାରିତ ସମୟ ମାନଙ୍କରେ ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ସହ ପ୍ରକଳ୍ପର ନିୟମାବଳୀ ସଂପର୍କରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପର କାର୍ଯ୍ୟ ବିଳମ୍ୱ ହେଲେ ଅଧିକ ବ୍ୟୟ ହେବା ସହ ଲୋକ ମାନଙ୍କର ସମସ୍ୟାର ସମାଧାନ ମଧ୍ୟ ବିଳମ୍ୱିତ ହେଉଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ଊପରେ ସେ ଗୁରୁତ୍ୱ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା, ତାହାର ସମସ୍ୟା ଓ ସମାଧାନ ସଂପର୍କରେ ମତ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ମନରେଗାରେ ଶତକଡା ୧୦୦ ଭାଗ ସପଂଳତା ପାଇ ଜିଲ୍ଲା ପ୍ରଥମ, ଜୀବିକା ମିଶନରେ ଦ୍ୱିତୀୟ ଓ ବିଗତ ୩ ମାସ ଧରି ଆବାସ ଯୋଜନାରେ ରାଜ୍ୟରେ ଜିଲ୍ଲା ପ୍ରଥମ ୫ ନମ୍ୱର ମଧ୍ୟରେ ରହୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମ୍ମିଳିତ ଉଦ୍ୟମ ଦ୍ୱାରା ସମସ୍ତ କାର୍ଯ୍ୟକୁ ସହଜରେ କରାଯାଇପାରିିବ ବୋଲି ଆହ୍ୱାନ ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆବାସ ଓ ଗ୍ରାମୀଣ ଆବାସ ଯୋଜନା, ସ୍ୱଚ୍ଚ୍ଥ ଭାରତ ମିଶନ, ପ୍ରଧାନମନ୍ତ୍ରୀ କୃଷି ଯୋଜନା, ସମନ୍ୱିତ ଜଳ ଚ୍ଥାୟା ପରିଚାଳନା କାର୍ଯ୍ୟକ୍ରମ, ଦୀନଦୟାଲ ଊପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ପଂସଲ ବୀମା ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଖଣି, ଜଳ ମାର୍ଗ ବିକାଶ ପ୍ରକଳ୍ପ, ରେଲୱେ, ଜାତୀୟ ରାଜପଥ ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରକଳ୍ପ ଅଗ୍ରଗତି ସହ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଯଦି କୈାଣସି ଠାରେ ସମସ୍ୟା ରହୁଚ୍ଥି ତୁରନ୍ତ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବାକୁ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ଚୟନ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବାକୁ ସମସ୍ତ ବିଭାଗ ଗୁଡିକୁ ପରାମର୍ଶ ଦିଆଯାଇଥିଲା । ଶେଷରେ ଜିଲ୍ଲାପାଳ ଶ୍ରୀ ରାଠୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂହ, ଜିଲ୍ଲା ପରିଷଦ ଊପସଭାପତି ଅମୂଲ୍ୟବାଳା ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଏଥିରେ ଯୋଗ ଦେଇଥିଲେ ।