ଯାଜପୁର,୦୧/୦୪(ପିପିଟି): ଏପ୍ରିଲ ୧ ତାରିଖ ସମସ୍ତ ଓଡିଆ ମାନଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ୧୯୩୬ ମସିହା ଏହି ଦିନ ଓଡିଶା ଭାଷା ଭିିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅଧିକାରୀ ହୋଇପାରିଥିଲା । ତତ୍ ସହିତ ୧୯୯୩ ମସିହା ଆଜିର ଦିନରେ ଯାଜପୁର ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହି ପବିତ୍ର ଦିବସ ଅବସରରେ ମା’ ବିରଜାଙ୍କ ଆଶିର୍ବାଦରୁ ଜିଲ୍ଲାବାସୀଙ୍କ ପାଇଁ ସୁଖ, ସମୃଦ୍ଧି ଓ ସୁସ୍ଥତା କାମନା କରିଚ୍ଥନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକôଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍ା ପରିଷଦ ସଭାପତି ଶ୍ରୀ ମହାନ୍ତି ଆମ ସମସ୍ତଙ୍କ ପାଇଁ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଏକ ସ୍ୱତନ୍ତ୍ର ମାନ୍ୟତା ରଖିଥାଏ ବୋଲି କହିଥିଲେ । କଳା, କୌଶଳ, ଐତିହ୍ୟ, ପରମ୍ପରା, ଭାସ୍କର୍ଯ୍ୟ ଇତ୍ୟାଦି ପ୍ରତିଟି କ୍ଷେତ୍ରରେ ଓଡିଶା ଅଗ୍ରଣୀ । ଆମ ଅତୀତ ଗୈାରବମୟ ଥିଲା ଓ ବର୍ତ୍ତମାନ ଆମେ ସମବଦ୍ଧ ଭାବେ ଗୌରବପୂର୍ଣ୍ଣ କରିବା ବୋଲି ସେ ଆହ୍ୱାନ ଦେଇଥିଲେ । ପୂର୍ବାହ୍ନ ଘ. ୭.୩୦ ମିନିଟ୍ ସମୟରେ ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ସ୍କୁଲ ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଂସ୍କୃତି ଭବନ ମଧ୍ୟରେ ଥିବା ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓ.ଏସ.ଡି. ସୁଦର୍ଶନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲାସ୍କୁଲ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ, ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ, ସମାଜସେବୀ ନିଶିଥ ଦାସ, ରାଜୀବ ମହାପାତ୍ର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କରୋନା କଟକଣା ପାଇଁ କାର୍ଯ୍ୟକ୍ରମକୁ ନିରାଡମ୍ୱର ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ସର୍ବାଧିକ ଧାନ ଅମଳ କରିଥିବା ବିଂଝାରପୁର ବ୍ଳକ୍ ବରପଦା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର କୃଷକ ଜ୍ଞାନ ରଂଜନ ପତିଙ୍କୁ ତାଙ୍କ ନିଜସ୍ୱ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ବିଭାଗ ଦ୍ୱାରା ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଶ୍ରୀ ପତି ୨୦୨୦-୨୧ ବର୍ଷରେ ହେକ୍ଟର ପିଚ୍ଥା ସର୍ବାଧିକ ୯୬.୩୬ କ୍ୱିଣ୍ଟାଲ ଧାନ ଅମଳ କରିଥିବାରୁ ପ୍ରାକ୍ତନ କୃଷି ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ମଲ୍ଲିକ ପ୍ରଦାନ କରିଥିବା ଚାରି ଲକ୍ଷ ଟଙ୍କା ଜମା ରାଶିର ସୁଧ ବାବଦରେ ୩୫ ହଜାର ଟଙ୍କା ତାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଓଡିଆ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ବିରଜା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଶଶିରେଖା ମିଶ୍ର, ଦ୍ୱିତୀୟ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରଜ୍ଞା ମହାନ୍ତି, ତୃତୀୟ ହୋଇଥିବା ଭଗବାନ ନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଶୁଭାଶିଷ ପଣ୍ଡା, ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଜିଲ୍ଲା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଦେବଦା ଦାଶ, ଦ୍ୱିତୀୟ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରଜ୍ଞା ମହାନ୍ତି, ତୃତୀୟ ହୋଇଥିବା ଭଗବାନ ନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ରାଜେନ୍ଦ୍ର ସାହୁ ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସ୍ୱାତୀ ମିଶ୍ର, ଦ୍ୱିତୀୟ ହୋଇଥିବା ଜିଲ୍ଲା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ଅର୍ଚ୍ଚିତା ସାହୁ, ତୃତୀୟ ହୋଇଥିବା ବିରଜା ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରିୟଙ୍କା ପଣ୍ଡାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିସରରେ ପୁରସ୍କୃତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଅଚ୍ଥି । ପ୍ରତ୍ୟୁଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା । ସଂଧ୍ୟାରେ ସଂସ୍କୃତି ଭବନ, ଅନ୍ୟାନ୍ୟ କାର୍ଯ୍ୟାଳୟ ଓ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା ।