ମୌସମୀର ଆଗମନରେ ଧରାପୃଷ୍ଠକୁ ଆଗମନ ହେଉଛି ଲାଲ୍ ଟୁକୁଟୁକୁ ସାଧବ ବୋହୂ।

0 272

ବୋଲଗଡ଼,୨୫/୦୬(ପିପିଟି): ସାଧବବୋହୁ ସାଧାରଣତଃ ବାଡି, ବଗିଚା,ବିଲହିଡ,ଘାସପଡିଆ ଓ ଘାସ ହୋଇଥିବା ସ୍ଥାନ ମାନଙ୍କରେ ଦେଖାଯାଇଥାନ୍ତି। ଏହା ସଂଧ୍ୟିପଦ ଯାତିୟ ପୋକ ଅଟେ। ଏହି ସାଧବ ବୋହୁ ନାଲି ରଙ୍ଗର ହୋଇଥାଏ। ଏହି ଜୀବଟି ଘାସ ଓ ମାଟି ଉପରେ ଧିର ଗତିରେ ଚାଲିଥାଏ। ଦେଖିବାକୁ ଭାରି ସୁନ୍ଦର ଓ ମନୋରମ ଲାଗିଥାଏ। ପାଣି ଓ ମାଟିର ମିଳନରେ ସୃଷ୍ଟି ହୋଇଥାଏ ଏହି ସୁନ୍ଦର ଜୀବ ସାଧବ ବୋହୁ।ଆଷାଢ ମାସର ପ୍ରଥମ ବର୍ଷାରେ ବେସ୍ ସୋଭାପାଏ ଲାଲରଙ୍ଗର ଟୁକ ଟୁକୁ ସାଧବ ବୋହୁ। ଏହି ସାଧବ ବୋହୁ ପ୍ରାୟତଃ ସମସ୍ତ ଅଞ୍ଚଳରେ ଦେଖାଯାଇଥାନ୍ତି। ସାଧବ ବୋହୁ କୁ ନେଇ କେତେ କାବ୍ୟ କବିତା ର ସମ୍ଭାର ଦେଖିବାକୁ ମିଳିଥାଏ। ପ୍ରକୃତିର ଏହି ଉପହାର କୁ ନେଇ କବି ଓ ପ୍ରକୃତି ପ୍ରେମୀ ଭାବୁକ ହୋଇ ଯାଇଥାନ୍ତି। ଏହି ସାଧବ ବୋହୁ କୁ ଦେଖି ଚାଷୀ ଭାଇ ମନ ଭାରି ଖୁସି କହିଲେ ନସରେ। କାରଣ ସାଧବ ବୋହୁକୁ ଦେଖିଲେ ଭଲ ଫସଲ ହେବ ବୋଲି ଚାଷୀମାନେ ଅନୁମାନ କରିନେଇ ଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏହି ସାଧବ ବୋହୁ ପ୍ରାୟତଃ ଦେଖାଯାଉ ନାହାନ୍ତି। ଯାହା କମ୍ ପରିମାଣରେ ଦେଖିବାକୁ ମିଳୁଛି। ସାର, କୀଟନାଶକ, ବିଭିନ୍ନ ସ୍ଥାନରେ କଂକ୍ରିଟ, ଜଙ୍ଗଲ କାଟି ନଷ୍ଟ କରିବା ଏ ସମସ୍ତ ପାଇଁ ଏମାନଙ୍କର ବଂଶ ଲୋପ ପାଇବାକୁ ଯାଉଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.