ସାନଖେମୁଣ୍ଡି, ୨୬/୦୩(ପିପିଟି); ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଅନ୍ତର୍ଗତ ଭୁଡ଼ିକି ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତାରୁ ବୟସ୍କ ବ୍ୟକ୍ତି ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି । ଗଦାମୁ ଜଗାନାଇକୁଲୁ ଦୋରା (୬୬), ପି.ଗୋବିନ୍ଦ ଦୋରା (୬୭),ବିଜୟ ସେଠୀ (୬୦), ଏନ.ଦଣ୍ଡପାଣି ରେଡି (୭୨), ପି.ପାର୍ବତୀ ଦୋରା (୬୨), ଏସ.ସରସ୍ଵତି ଦୋରା (୬୨), ରାମ ମହାଙ୍କୁଡ଼ (୮୦), ଏନ.ଆଦି ପାତ୍ର (୭୦), ଏ.ଜାଗିଲି ପାତ୍ର (୬୬), ଆର. ରଘୁନାଥ ଦୋରା (୭୨), ତ୍ରିନାଥ ପାଣିଗ୍ରାହୀ (୭୦), କିଶୋର ଚନ୍ଦ୍ର ପାଣିଗ୍ରାହୀ (୭୦), ପିଲା ପଦ୍ମା (୭୭) । ଗ୍ରାମବାସୀଙ୍କ ସୂଚନା ମୁତାବକ ବହୁବାର ଗ୍ରାମସେବକ , ସ୍ଥାନୀୟ ସରପଞ୍ଚଙ୍କୁ କହିଲା ପରେ ମଧ୍ୟ ଆଜି କରିଦେବା କାଲି କରିଦେବା ଏଭଳି କହି କହି ଲୋକ ମାନଙ୍କୁ ଭୁଆଁ ବୁଲାଉଛନ୍ତି । ସ୍ଥାନୀୟ ଲୋକେ ଉପାୟ ଶୂନ୍ୟ ହୋଇ ଶେଷରେ ବ୍ଲକ ଅଫିସକୁ ଗଲେ ହେଲେ ଅତି ଦୁଃଖର ବିଷୟ ସେଠି ବି ସେହି ଅବସ୍ଥା ଲୋକ ମାନେ ଧାଇଁ ଧାଇଁ ସେମାନଙ୍କର ଚପଲ ସରିଗଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ସ୍ଥାନୀୟ ପ୍ରଶାସନର ଏଭଳି ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ସ୍ଥାନୀୟ ପ୍ରଶାସନର କେବେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଏବଂ ଲୋକେ କେବେ ଉପକୃତ ହେବେ ତାହା ଏବେ ବଡ ପ୍ରଶ୍ନ । ମୋ ସରକାର କେବଳ ଧର୍ମକୁ ଆଖିଠାର।
(ରିପୋର୍ଟ- ଆରତ କୁମାର ହୋତା ।)