ଭଞ୍ଜନଗର,୨୪/୦୭(ପିପିଟି): ଭଞ୍ଜନଗର ସହର ମହାବୀର ଛକରେ ରବିବାର ସନ୍ଧ୍ୟାରେ ଏନ୍ଏସି ତରଫରୁ ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ଭଞ୍ଜନଗରକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ନିର୍ମିତ ମୋ ପ୍ରିୟ ଭଞ୍ଜନଗରକୁ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଥିଲେ। ଏହା ଭଞ୍ଜନଗର ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଲୋକମାନେ ଏଠାରେ ସେଲ୍ଫି ଫୋଟ ଉଠାଇ ନିଜକୁ ଗର୍ବିତ ମନେ କରିବେ। ଏହି ବିଶେଷ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ଆରୁଖଙ୍କ ସମେତ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ ଏବଂ ସମସ୍ତ କାଉନସିଲର ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )