ମୋ ପରିବାର – ଜୀବନବିନ୍ଦୁ ପକ୍ଷରୁ ସୁମଣ୍ଡଳ ଠାରେ ରକ୍ତଦାନ ଶିବିର, ୨୬୮ ୟୁନିଟ ରକ୍ତ ସଂଗ୍ରହ ।

0 373

କୋଦଳା,୧୧/୧୧(ପିପିଟି); ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟ ରାଣୀ ସାହେବା ତଥା ପୂର୍ବତନ ବର୍ଷିଆନ୍ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୩ ତମ ଜନ୍ମଦିବସ ଉପଲକ୍ଷେ ମେଗା ରକ୍ତଦାନ ଶିବିର ବେଗୁନିଆପଡ଼ା ବ୍ଳକ ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୨୬୮ଜଣ ସ୍ବେଛାକୃତ ରକ୍ତଦାନ କରିଥିଲେ । ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉଦ୍‌ଘାଟନ କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ପୂର୍ବତନ ବିଡ଼ିଏ ଅଧକ୍ଷ କୈଳାଶ ରଣା, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ଣଣ ଚୌଧୁରୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ସୁରଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ମନୋଜ କୁମାର ପାଣ୍ଡୀ, ଗୋପବନ୍ଧୁ ସାହୁ, ପ୍ରକାଶ ଚନ୍ଦ୍ର ପାଣ୍ଡୀ, ମହେନ୍ଦ୍ର ଗଉଡ, ତ୍ରିନାଥ ଭୂୟାଁ, ମହେଶ୍ୱର ବରାଡ, ବିଜୟ କୁମାର ନାୟକ, ବସନ୍ତ କୁମାର ବାରିକ, ଦେବରାଜ ସାହୁ, ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ରନାଥ ତିଆଡ଼ି, ସରପଞ୍ଚ ମଧୁସୂଦନ ସାହୁ, ନବୀନ ଦଲେଇ, ସରୋଜ କୁମାର ସାହୁ, ସନ୍ତୋଷ କୁମାର ସାହୁ ପୂର୍ବତନ ସରପଞ୍ଚ ଦେବରାଜ ସ୍ଵାଇଁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ସରପଞ୍ଚ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ଅତିଥି ଭାବେ ବିଡିଓ ବେଦବର ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାଜେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କାର୍ଯ୍ୟକର୍ତ୍ତା ମାନେ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.