ରାୟଗଡ଼ା,୨୪/୦୩(ପିପିଟି); ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭିଡ଼ିଓ କନଫରେନ୍ସି ସଭାଗୃହ ଠାରେ ମୋସ୍କୁଲ ଅଭିଯାନ ସମ୍ପର୍କିତ ଭିଡିଓ କନଫରେନ୍ସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର,ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂଜନ ମଲ୍ଲିକ,ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ବରିଷ୍ଠଶିକ୍ଷୟତ୍ରୀ ସ୍ମିତାରାଣୀ ତୁଳ ,ବିଦ୍ୟାଳୟ ଉପସଭାପତି ଲଳିତ ମୋହନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ବିଦ୍ୟାଳୟ ବିକାଶ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବିଦ୍ୟାଳୟ ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀ ମାନେ କିପରି ଭାବେ ନିଜ ବିଦ୍ୟାଳୟ ଉନ୍ନତି ତଥା ଛାତ୍ରଛାତ୍ରୀ ମାନଙ୍କୁ କିପରିରୂପେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଦ୍ୟାଳୟର ବିକାଶ ଦିଗରେ ଉନ୍ନତି କରାଯାଇପାରିବ ସେନେଇ ପୁରାତନ ଛାତ୍ରମାନେ ଜିଲ୍ଲାପାଳଙ୍କ ସହ ମତବିନିମୟ କରିଥିଲେ। ଏଥିରେ ଉନ୍ନତ ମାନର କ୍ଲାସରୁମ,ଡିଜିଟାଲ ଲାଇବ୍ରେରୀ, କ୍ଲାସରୁମ ନିର୍ମାଣ, ଖେଳପଡିଆ ଆଦି ନିର୍ମାଣ ଦିଗରେ ଆଲୋଚନା କରିବା ସହ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ସହ ଆବଶ୍ୟକ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ରାୟଗଡ଼ା ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ରାମନାଗୁଡା ବିଦ୍ୟାଳୟ ସ୍ଥାନିତ ହୋଇଥିବାବେଳେ ଏଥିନେଇ ପୁରାତନ ଛାତ୍ରଛାତ୍ରୀ ମାନେ ଉଦ୍ୟମ କରିବା ଆବଶ୍ୟକତା ରହିଥିବା ସହ ବିଦ୍ୟାଳୟ ଆବଶ୍ୟକତା ପୂରଣ ଦିଗରେ ଆର୍ଥିକ ସାହାଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଅନେକ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। କିଛି ପୁରାତନ ଛାତ୍ର ଉଚ୍ଚବିଦ୍ୟାଳୟ ପରିବର୍ତ୍ତେ ବ୍ଲକ ପରିସରରେ କାର୍ଯ୍ୟକ୍ରମ ହେତୁ ନାପସନ୍ଦ କରି କ୍ଷୋଭ ପ୍ରକାଶ କରିଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )