ମୋବାଇଲ ଚୋରୀ ଘଟଣାରେ ୨ଗିରଫ ।

0 325

ଭଞ୍ଜନଗର,୩୦/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ହୋଇଥିବା ଚୋରୀ ଘଟଣାର ପୁଲିସ ପର୍ଦ୍ଦାଫାଶ କରିଛି।ଏହି ଘଟଣାରେ ଜଣେ ନାବାଳକ ସମେତ ଅନ୍ୟ ଜଣେ ଅପରାଧୀକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ୨୩ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ଉକ୍ତ ଦୋକାନର ଉପର ସଟର ଦେଇ ଭିତରେ ପଶି ବହୁ ନାମିଦାମୀ କମ୍ପାନୀର ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଚୋରୀ କରି ନେଇଛନ୍ତି। ସକାଳେ ଦୋକାନ ମାଲିକ ସୁକାନ୍ତ ପାଣିଗ୍ରାହୀ ଚୋରୀ ହୋଇଥିବା ଜାଣିବା ପରେ ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଚୋରୀ ସମୟର ସମସ୍ତ ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସି ସି କ୍ୟାମେରା ରେ କଏଦ ହୋଇଥିଲା। ସିସି ଟିଭି ଫୁଟେଜ ଆଧାରରେ ପୁଲିସ ଦୁଇ ଜଣ ଅଭିଯୁକକୁ ଗିରଫ କରିବାରେ ସକ୍ଷମ ହୋଇଛି।ଜଣେ ଅଭିଯୁକ୍ତ ହେଲେ ବେଲଗୁଣ୍ଠା ଥାନ ନୂଆଗାଁ ଗ୍ରାମର ପ୍ରିତମ ବରାଡ଼ ବୟସ (୨୦) ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣଙ୍କ ଜଣେ ନାବାଳକ ହୋଇଥିବା ଆଜି ସାମ୍ବାଦିକ ସମିଳଳନୀରେ ଏସ୍ଡ଼ପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୧୧ଟି ଦାମୀ ମୋବାଇଲ,୨ଟି ଟାବଲେଟ, ୧୦ଟି ସ୍ମାର୍ଟ ୱାଚ,୪ଟି ଇଅର ଫୋନ, ଗୋଟିଏ ସିପିୟୁ ୪ଟି ମେମୋରୀ ଚିପ ସହ ଗୋଟିଏ ବ୍ଲୁ ଟୁଥ ସ୍ପିକର ଜବତ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ଏସ.ଆଇ କେଶବ ଷଢଙ୍ଗୀ,ମୋହନ କହଁର,ହର୍ଷି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

( ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.