ରାୟଗଡା,୨୬/୦୫(ପିପିଟି);ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଅଖିଳ ଭାରତ କୃଷକ ମହାସଭା ଏବଂ AICCTU ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରର ବିଫଳତା, ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ବିଭିନ୍ନ ସଙ୍ଗଠନ ତରଫରୁ କଳା ଦିବସ ପାଳନ କରାଯାଇଛି। ଏ ପରିପ୍ରେକ୍ଷୀରେ ଗୁଣପୁର, ଗୁଡାରୀ, ପଦ୍ମପୁର, କୋଲନରା, କଲ୍ୟାଣ ସିଂପୁର ବ୍ଲକ ଏବଂ ବିଭିନ୍ନ ଗ୍ରାମରେ କୋଭିଡ-୧୯ ନିୟମକୁ ମାନି ପ୍ରତିବାଦ କରାଯାଇଥିଲା।କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆଇନ,ତଥା ପୁଞ୍ଜିପତିକୁ ସୁହାଇଲା ଭଳି ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ସଂଗଠନ ତରଫରୁ ନିବେଦନ କରାଯାଇଛି। ବିଭିନ୍ନ ଦାବୀ ଯଥା, କୃଷକ ବିରୋଧ କୃଷକ ଆଇନ୍ ପ୍ରତ୍ୟାହାର, ଶ୍ରମିକ ବିରୋଧି ଶ୍ରମ ଆଇନକୁ ବାତିଲ, କୃଷି କ୍ଷେତ୍ରକୁ କର୍ପୋରେଟ ହାତରେ ଟେକି ଦେବା ବନ୍ଦ କରାଯାଉ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅସାଧୁ ସଂଶୋଧନ କାହା ସ୍ୱାର୍ଥରେ,ମଣ୍ଡି ବ୍ୟବସ୍ଥା ଉଛେଦ ବନ୍ଦକରିବା,ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ ପ୍ରତ୍ୟାହାର, କମ୍ପାନୀ ଦ୍ଵାରା ଠିକା ଚାଷ ବ୍ଯବସ୍ଥା ବାତିଲ କରିବାକୁ ଦାବୀ କରାଯାଇଥିଲା। ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ, ଗୁଡାରୀ ବ୍ଲକରେ ବୃନ୍ଦାବନ ବିଡିକା, ପଦ୍ମପୁର ବ୍ଲକରେ ସହଦେଵ ଶବର, କୋଲନର ବ୍ଲକରେ ମୂର୍ତ୍ତୀ ମିନିଆକା ଏବଂ କଲ୍ୟାଣ ସିଂପୁର ବ୍ଳକରେ ରାମଚନ୍ଦ୍ର ପ୍ରାସ୍କା ଦାୟିତ୍ୱ ନେଇଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )