ମୋଟର ଚାଳକ ସଂଘ ତରଫରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

0 314

ବାଲିଗୁଡା,୨୯/୦୧(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସ୍ଥିତ ମୋଟର ଚାଳକ ସଙ୍ଘ ପକ୍ଷରୁ ହନୁମାନ ବାଟିକା ଠାରେ ଏକ ଜରୁରୀ କାଳୀନ ବୈଠକ ଭାରତ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଂଘର ନିଷ୍ପତି ଅନୁଯାଇ ସଂଘ ନିମନ୍ତେ ଏକ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଚି଼ହ୍ନଟ କରି ଯୋଗାଇଦେବା ପାଇଁ ୨୦୧୮ରେ ଏକ ଦାବିପତ୍ର ସେତେବେଳର ତହସିଲଦାରଙ୍କ ଦିଆଯାଇଥିଲା,ହେଲେ ତାହା ପୂରଣ ହୋଇ ନ ଥିବାରୁ ମୋଟର ଚାଳକମାନେ କ୍ଷୋଭ ପ୍ରକାଶ କରିବା ସହ ଆଜି ପୁନଶ୍ଚ ସ୍ଥାନୀୟ ତହସିଲଦାର ଲକ୍ଷ୍ମୀଧର ସାହୁ ଙ୍କୁ ଭେଟି ନିଜ ଦାବୀ ଲିଖିତ ଭାବେ ପ୍ରଦାନ କରିଥିଲେ ଏବଂ ଏହି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ କୋଟଗଡ ର ମୋଟର ଚାଳକମାନେ କାର୍ଯ୍ୟବନ୍ଦ ଧାରଣା ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ସଭାପତି ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ। )

Leave A Reply

Your email address will not be published.