“ମୋ ଖତ”ର ଶୁଭାରମ୍ଭ କଲେ ଜିଲ୍ଲାପାଳ ।

0 327

ମାଲକାନଗିରି,ତା:୧୭/୦୬(ପିପିଟି);ମାଲକାନଗିରି ଜିଲ୍ଲା ପୌର ପରିଷଦ ପ୍ରଧାନିଗୁଡା ଠାରେ ନିର୍ମିତ ବର୍ଜ୍ୟ ବସ୍ତୁ ଦ୍ବାରା ଜୈବିକ ଖତ ସାର ପ୍ରସ୍ତୁତ କାରଖାନାରୁ ଉତ୍ପାଦିତ ଖତକୁ ସର୍ବସାଧାରଣରେ ବିତରଣ ଲାଗି “ମେ ଖତ”ର ଆଜି ଶୁଭାରମ୍ଭ କଲେ ମାଲକାନଗିରି ଜିଲ୍ଲାପାଳ ୱାଇ.ବିଜୟ । ପୌରାଞ୍ଚଳରୁ ପ୍ରତି ଦିନ ସଂଗୃହ କରା ଯାଉଥିବା ବର୍ଜ୍ୟବସ୍ତୁକୁ ଏଣେ ତେଣେ ନ ପକାଇ ସମସ୍ତ ବର୍ଯ୍ୟବସ୍ତୁକୁ ଜୈବିକ ଖତ ସାର ପ୍ରସ୍ତୁତ କରିବା ପାଇଁ ୭୬ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ଜୈବିକ ଖତ ସାର ଉତ୍ପାଦନ କାରଖାନା ନିର୍ମାଣ କରାଯାଇଛି । ଏହି କାରଖାନାରୁ ଉତ୍ପାଦିତ ଜୈବ ଖତକୁ ସରକାରୀ ମୂଲ୍ଯରେ କ୍ରୟ କରି ନେବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଜିଲ୍ଲା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଜଙ୍ଗଲ , କୃଷି , ମୃତ୍ତିକା ସଂରକ୍ଷଣ , ଜଳ ବିଭାଜିକା,ଉଦ୍ଯାନ ଇତ୍ୟାଦି ବିଭାଗ ଗୁଡିକ,ଫସଲ ଏବଂ ବୃକ୍ଷ ରୋପଣ ସମୟରେ ଏହି କାରଖାନାରୁ ଜୈବିକ ସାର ନେଇ କ୍ଷେତ୍ରଗୁଡିକରେ ପ୍ରୟୋଗ କରି ପାରିବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହା ଦ୍ଵାରା କୃଷି ଉତ୍ପାଦନ ବୃଦ୍ଧି ହେବା ସହିତ ଜଙ୍ଗଲ ଓ ପରିବେଶ ସୁରକ୍ଷିତ ହୋଇ ପାରିବ । କୌଣସି ବିଭାଗ ଏବଂ ଚ୍ଛାସେବୀ ଅନୁଷ୍ଠାନ ଗୁଡିକ ଜିଲ୍ଲା ବାହାରୁ ଜୈବିକ ଖତ ସାର ସଂଗ୍ରହ ନକରିବାକୁ ପରାମର୍ଶ ଦେଇଥିଲେ । ଏହି କାରଖାନାରେ ଅନେକ ଶ୍ରମିକ କର୍ମ ନିଯୁକ୍ତି ପାଇବା ସହ ମହିଳା ମାନେ ମଧ୍ୟ କର୍ମ ନିଯୁକ୍ତି ପାଇ ସ୍ଵାବଲମ୍ବି ହୋଇ ପାରିବେ । ଚାଷୀ ମାନେ ସିଧା ସଳଖ ଏହି କାରଖାନାରୁ ଖତ ସାର କ୍ରୟକରି ପନି ପରିବା , ଧାନ ଫସଲ ଭଳି ଅନାନ୍ୟ ଚାଷରେ ପ୍ରୟୋଗ କରି ପାରିବେ । ଆଜି ଏହି କାରଖାନାର ଉତ୍ପାଦନ ଆରମ୍ଭ ହେବା ଯୋଗୁଁ ଚାଷୀ ମାନେ ଖୁସି ପ୍ରକଟ କରିଛନ୍ତି । ଏହି ଉତ୍ସବରେ ପିଡି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଅତିରିକ୍ତ ଜିଲ୍ଲାପାଳ ବୀରେସନ ପ୍ରଧାନ,ଉପ-ଜିଲ୍ଲାପାଳ ରାମେଶ୍ବର ପ୍ରଧାନ,ମାଲକାନଗିରି ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ତ୍ରୀଶୁଳ ମାର୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.